ଆପଣ ପ୍ରତିଦିନ ପିଉଛିନ୍ତି କି ମୃଦୁପାନୀୟ, ହୋଇଯାଆନ୍ତୁ ସତର୍କ ଭୋଗିବାକୁ ପଡିପାରେ ଏହି ସମସ୍ୟା

ଛୋଟ ଠାରୁ ଆରମ୍ଭ କରି ବଡ ସମସ୍ତଙ୍କୁ ମୃଦୁପାନୀୟ ପିଇବାକୁ ଭଲ ଲାଗିଥାଏ । ସାଧାରଣତଃ ଆମେ ବାହାରେ ହେଉ କିମ୍ବା ଘରେ ଯଦି କିଛି ଫାଷ୍ଟଫୁଡ୍ ଖାଇଥାନ୍ତି ତେବେ ସେଥିରେ କିଛି ମୃଦୁପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ଶରୀର ଉପରେ ବିଭିନ୍ନ ସମସ୍ୟା ଉତ୍ପନ୍ନ କରିଥାଏ । ଆଜି ଆମେ ଆପଣଙ୍କୁ ମୃଦୁପାନୀୟକୁ ନେଇ ଏମିତି କିଛି ଉପାଦେୟ କଥା ଜଣାଇବୁ ।

drink-ପ୍ରତିଦିନ ମୃଦୁପାନୀୟ ପିଅନ୍ତୁ ନାହିଁ । ଏଥିରେ ଥିବା ଚିନିର ମାତ୍ରା ଶରୀର ଭିତରକୁ ଯାଇ ଟାଇପ୍‌-୨ ମଧୁମେହ ରୋଗ ସୃଷ୍ଟି କରିଥାଏ ।

-ଅଧିକ ସୋଡା ପିଇବା ଦ୍ୱାରା ଶରୀରରେ ଏସିଡ୍‌ ସ୍ତର ବଢ଼ି ଯାଇଥାଏ । ଯାହାର ପ୍ରଭାବ ଶରୀର ସହ ଦାନ୍ତ ଉପରେ ମଧ୍ୟ ପଡ଼ିଥାଏ ।ଦାନ୍ତ ପୋକ କାଟିବା, ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ଦେଖା ଯାଇଥାଏ ।

Drinks2– ୬୦୦ମିଲିଲିଟର ସୋଡାରେ ୨୪୦କ୍ୟାଲୋରୀ ଓ ଚିନି ମଧ୍ୟ ଅଧିକ ମାତ୍ରରେ ରହିଥାଏ । ଯାହା ମୋଟାପଣର କାରଣ ହୋଇଥାଏ।

– ମୃଦୁପାନୀୟରେ ଏସିଡିକ୍‌ ଲିକ୍ୟୁଡ୍‌ ଏବଂ ଫସ୍ଫୋରିକ୍‌ ଏସିଡ୍‌ ରହିଥାଏ । ଯାହା ବଡି ସିଷ୍ଟମକୁ କିଛି ସମୟ ପାଇଁ ଅଟକାଇ ଦେବା ସହ କିଡ୍‌ନୀ ଉପରେ ପ୍ରଭାବ ପକାଇଥାଏ ।

-ପ୍ରତିଦିନ ଗୋଟେ କେନ୍‌ ମୃଦୁପାନୀୟ ପିଇବା ଦ୍ୱାରା ବର୍ଷକ ମଧ୍ୟରେ ୬କିଲୋ ଓଜନ ବଢ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.