Below header

ମା’ ଓ ସ୍ବାମୀଙ୍କ ସହ ସିଗାରେଟ୍ ଟାଣିବା ଫଟୋରେ ପ୍ରିୟଙ୍କା ହେଲେ ଟ୍ରୋଲ, ୟୁଜର କହିଲେ, ‘ତୁମେ ଶ୍ବାସରୋଗୀ ଥିଲ ନା ?’

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୁଲାଇ ୧୮ରେ ନିଜ ୩୭ତମ ଜନ୍ମଦିନ ପାଳିଥିଲେ। ବିବାହ ପରେ ପ୍ରିୟଙ୍କାଙ୍କ ଏହା ଥିଲା ପ୍ରଥମ ଜନ୍ମଦିନ। ତାଙ୍କର ଏହି ଜନ୍ମଦିନକୁ ଖାସ୍ କରିବା ପାଇଁ ସ୍ବାମୀ ନିକ୍ ଜୋନସ୍ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ। ତେବେ ଏହାରି ଭିତରେ ହଠାତ୍ ପ୍ରିୟଙ୍କା ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି।

ଏହାର କାରଣ ଏହା ଯେ, ସ୍ବାମୀ ନିକ୍ ଜୋନସ୍ ଓ ମା’ ମଧୁ ଚୋପ୍ରାଙ୍କ ସହ ପ୍ରିୟଙ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଏଥିରେ ସେ ସିଗାରେଟ୍ ଟାଣୁଥିବା ବେଳେ ମା’ ମଧୁ ଓ ସ୍ବାମୀ ନିକ୍ ମଧ୍ୟ ପୂରା ସାଥ୍ ଦେଉଛନ୍ତି। ସୋସିଆଲ ମିଡିଆରେ ଯେତେବେଳେ ଏହି ଫଟୋ ସାମ୍ନାକୁ ଆସିଲା, ତାଙ୍କୁ ଭୟଙ୍କର ଭାବେ ଟ୍ରୋଲ କରାଯିବାକୁ ଲାଗିଲା।

nik nik

ଜଣେ ୟୁଜର ପ୍ରିୟଙ୍କାଙ୍କୁ ପ୍ରଶ୍ନ ପଚାରିଛନ୍ତି କି, ‘ଦୀପାବଳିରେ ବାଣ ଫୁଟାଇବାରେ ତ ଶ୍ବାସରୋଗକୁ ନିମନ୍ତ୍ରଣ କରାଯାଏ। ଏଠାରେ ସ୍ବାମୀଙ୍କ ସହ ସିଗାରେଟ୍ ପିଇବା ବେଳେ କ’ଣ ନିଜ ରୋଗ କଥା ମନେ ପଡ଼ୁନାହିଁ?’ ଆଉ କେତେଜଣ ୟୁଜର କହିଛନ୍ତି କି, ‘ତୁମେ ଭାରତୀୟ ସଂସ୍କ୍ତି ଭୁଲି ଯାଇଛ। ମା’ଙ୍କ ସମ୍ମୁଖରେ ସିଗାରେଟ୍ ପିଇବାକୁ ତୁମକୁ ଲାଜ ଲାଗୁନି।‘

ଏହାସହ ପଢ଼ନ୍ତୁ: ଫ୍ୟାନଙ୍କୁ ପୁଣି ଉପହାର ଦେବ ମାର୍ବଲ ଷ୍ଟୁଡିଓ

ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ଏ ସେହି ପ୍ରିୟଙ୍କା ଚୋପ୍ରା, ଯିଏ ସବୁ ବର୍ଷ ବାଣ ଧୂଆଁ ଉପରେ ଜ୍ଞାନ ଦେଇଥାଆନ୍ତି। ଆଉ ଜଣେ କହିଛନ୍ତି, ଆପଣ ଶ୍ବାସରୋଗର ଔଷଧ ନେଉଛନ୍ତି କି? ସେହିପରି ‘କିପରି ଦୁଇ ପ୍ରକାର ପ୍ରକୃତି ତୁମର’ ବୋଲି ଜଣେ ୟୁଜର ଲେଖିଛନ୍ତି।
ପ୍ରିୟଙ୍କାଙ୍କ ଜନ୍ମଦିନରେ ନିକ୍ ଜୋନସ୍ ମିୟାମି ସମୁଦ୍ର କୂଳରେ ଗ୍ରାଣ୍ଡ ପାର୍ଟି ଦେଇଥିଲେ। ନିକ୍ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ ଏକ ଅଲଗା ପ୍ରକାରେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ। ପତ୍ନୀଙ୍କ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିବା ଅବସରରେ ନିକ୍ ଏକ ପ୍ରେମଭରା କ୍ୟାପସନ ଲେଖିଥିଲେ ଯେ ‘ମୋ ଦୁନିଆର ଆଲୋକ, ମୋ ପୂରା ହୃଦୟ, ଆଇ ଲଭ୍ ୟୁ ବେବି, ଜନ୍ମଦିନ ମୁବାରକ୍।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.