ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ଆନ୍ଧ୍ରପ୍ରଦେଶ(କେନ୍ୟୁଜ୍): ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବରେ ଆଜି ଶପଥ ନେଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଆନ୍ଧ୍ରପ୍ରଦେଶ ରାଜଭବନରେ ଆୟୋଜିତ ସମାରୋହରେ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ସି. ପ୍ରବୀଣ କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓ ବିଭିନ୍ନ ବିଭାଗର ମନ୍ତ୍ରୀ। ପୂର୍ବତନ ରାଜ୍ୟପାଳ ଇ.ଏସ୍‌.ଏଲ.ନରସିଂମାଙ୍କ ସ୍ଥାନରେ ବିଶ୍ୱଭୂଷଣଙ୍କୁ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଇ.ଏସ୍‌.ଏଲ.ନରସିଂମା ୨୦୦୯ରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଦାୟିତ୍ୱରେ ଥିଲେ। ୯ ବର୍ଷ ପରେ ଆନ୍ଧ୍ରପ୍ରଦେଶକୁ ମିଳିଛି ନୂଆ ରାଜ୍ୟପାଳ। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ସହ ତେଲେଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ପୁଣି ଜଣେ ଓଡ଼ିଆଙ୍କୁ ମିଳିଛି ରାଜ୍ୟପାଳ ଦାୟିତ୍ୱ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.