ରୋଗୀଙ୍କୁ ମିଳୁନି ହେଲେ ରାସ୍ତାକଡ଼ରେ ଖତ ଖାଉଛି ସରକାରୀ ମେଡିସିନ୍

ଗଞ୍ଜାମ (କେନ୍ୟୁଜ୍) : ରୋଗୀଙ୍କୁ ମିଳୁନି ମେଡିସିନ୍ । ରାସ୍ତାକଡ଼ରେ ଖତ ଖାଉଛି ସରକାରୀ ମେଡିସିନ୍। ଏକ୍ସପାରୀ ଡେଟ୍ ଥିବା ଔଷଧ ପେଟି ପଡ଼ିଛି ରାସ୍ତାକଡ଼ରେ। ରୋଗୀଙ୍କୁ ବଣ୍ଟା ନଯାଇ ବାହାରେ ଫିଙ୍ଗି ଦିଆଯାଉଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ମାତ୍ର ଅଧା କିଲୋମିଟର ଦୂରରେ। ୧୨୦ଟି ଆଇରନ୍ ଏଣ୍ଟ ପଲିକ୍ ଏସିଡ୍ ସିରଫ୍ ପଡ଼ିଛି। ଏସବୁର ଅବଧି ରହିଛି ୨୦୨୦ ଏପ୍ରିଲ ମାସ ପର୍ଯ୍ୟନ୍ତ । କାଳିଆମ୍ବା ନାଳ ହିଡ଼ରୁ ଏସବୁ ମେଡିସିନ୍ ପ୍ୟାକେଟ୍ ପଡ଼ିଥିବା ଦେଖିଥିଲେ ଲୋକ। ପ୍ରଶ୍ନ ଉଠୁଛି କିଏ ଏସବୁ ସରକାରୀ ଔଷଧକୁ ଏଠାରେ ଫିଙ୍ଗିଲା? ରୋଗୀଙ୍କୁ ନଦେଇ କାହିଁକି ମେଡିସିନକୁ ଏମିତି ଫୋପାଡ଼ି ଦିଆଗଲା, ସେନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Leave A Reply

Your email address will not be published.