ଏବେ ବନ୍ଧୁକ, ବାଣ, ବିବାହ ଓ ସିନେମା ହଲ ପାଇଁ ଅନଲାଇନରେ ଆବେଦନ କରିପାରିବେ ଟୁଇନସିଟି ବାସୀ

ଭୁବନେଶ୍ବର (କେନ୍ୟୁଜ୍) : ଟୁଇନସିଟି ବାସୀଙ୍କ ପାଇଁ କମିଶନରେଟ ପୋଲିସର ଆଉ ଏକ ଯୋଜନା । ଏଥର ଅନଲାଇନ୍ ଜରିଆରେ ବନ୍ଧୁକ, ବାଣ, ବିବାହ ଓ ସିନେମା ହଲ ପାଇଁ ଲାଇସେନ୍ସ ଆବେଦନ କରିପାରିବେ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୧୫ତାରିଖରେ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ଏହି ଯୋଜନ ଦ୍ୱାରା ଲୋକମାନେ ବାରମ୍ବାର ଲାଇସେନ୍ସ ଅଫିସକୁ ଆସିବାକୁ ପଡିବ ନାହିଁ । ଯେଉଁ ସବୁ ଡକ୍ୟୁମେଣ୍ଟ ଆବଶ୍ୟକ ରହିଛି ସେସବୁ କମିଶନରେଟ ପୋଲିସର େଓ୍ଵବସାଇଟ୍ ରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.