ଜୋତାର ମୂଲ୍ୟ ୩ କୋଟି ୬ ଲକ୍ଷ, ଜାଣନ୍ତୁ କିଏ ସେହି ବ୍ୟକ୍ତି ଯିଏ କିଣିଲେ ଏହି ଦାମୀ ଜୋତା

ଆପଣ କେବେ ୩.୬ କୋଟି ଟଙ୍କାର ଜୋତା ବିଷୟରେ ଶୁଣିଛନ୍ତି। ଜୋତାରେ ଏପରି କ’ଣ ରହିଛି ଯେ ତାହାର ମୂଲ୍ୟ ଶୁଣିଲା ପରେ ହୋସ ଉଡ଼ି ଯାଉଛି।

ସୂଚନା ମୁତାବକ, ନ୍ୟୁୟର୍କର ସୁଦବାଏରେ ଗ୍ଲୋବାଲ ବ୍ରାଣ୍ଡ୍ ନାଇକି ପକ୍ଷରୁ ହୋଇଥିବା ଏକ ନିଲାମୀରେ ଏହି ଜୋତାର ମୂଲ୍ୟ ସମସ୍ତ ରେକର୍ଡକୁ ଭାଙ୍ଗିଥିଲା। ନିଲାମୀ ବେଳେ ଦର୍ଶକ ଏହି ପୁରୁଣା ଜୋତାର ମୂଲ୍ୟ ୬ କୋଟି ପର୍ଯ୍ୟନ୍ତ ଲଗାଇ ଥିଲେ। ପ୍ରକୃତରେ ଏହି ଜୋତା ସହିତ କମ୍ପାନୀର ଇତିହାସ ଜଡିତ। ଏହି ନିଲାମୀରେ ଆଡିଡାସରୁ ଆରମ୍ଭ କରି ଏୟାର ଜାର୍ଡନ କମ୍ପାନୀର ୧୦୦ରୁ ଉର୍ଦ୍ଧ୍ବ ଜୋତା ନିଲାମ ପାଇଁ ରଖା ଯାଇଥିଲା। କିନ୍ତୁ ମୁନ୍ ସୁଜ୍ ନାମରେ ଜଣାଶୁଣା ଏହି ଜୋତା ୧୯୭୨ରେ ନିର୍ମାଣ ହୋଇଥିଲା। ଯାହାକୁ ନାଇକିରେ ସହ ପ୍ରତିଷ୍ଠାତା ଏବଂ ଟ୍ରାକ କୋଚ ବୋବରମାନ ଡିଜାଇନ କରିଥିଲେ। ନାଇକି ଏହି ଜୋତାକୁ ୪୭ ବର୍ଷ ପୂର୍ବେ ଅଲମ୍ପିକ ଟ୍ରାଏଲ ପାଇଁ ଡିଜାଇନ କରାଯାଇଥିଲା। ଏହାକୁ କିଣିଥିବା ମାଇଲ୍ସ ନଡାଲ ନିବେଶ କମ୍ପାନୀ ପିରେଜ କ୍ୟାପିଟାଲର ସଂସ୍ଥାପକ ଅଟନ୍ତି। ଏତେ ଅଧିକ ଟଙ୍କାରେ ଜୋତା କିଣି ମାଇଲ୍ସ ବହୁତ ଖୁସି ଅଛନ୍ତି। ଏହି ଜୋତା କିଣି ଖେଳ ଇତିହାସକୁ ସଂରକ୍ଷିତ କରିପାରିବେ ବୋଲି ସେ କହିଛନ୍ତି।

shoe

ଉକ୍ତ ନିଲାମୀରେ ମୁନ ସୁଜ ପୂର୍ବରୁ ମାଇକେଲ ଜୋର୍ଡନର ଜୋତା ୧.୩ କୋଟି ଟଙ୍କାରେ ନିଲାମ ହୋଇଥିଲା। ଏହି ଜୋତାକୁ ମାଇକେଲ ଜୋର୍ଡନ ୧୯୮୪ ଅଲମ୍ପିକ୍ସରେ ବାସ୍କେଟବଲ ଫାଇନାଲ ମ୍ୟାଚରେ ପିନ୍ଧିଥିଲେ। ନିୟୁର୍କର ସୁଦବାଏର ଏହି ନିଲାମ ଘର ନିଆରା କଳାକୃତି ବେଶ୍ ପାଇଁ ଜଣାଶୁଣା। ୩ କୋଟିରୁ ଉର୍ଦ୍ଧ୍ବ ବିକ୍ରି ହେଉଥିବା ଜୋତା ମଧ୍ୟରୁ ୧୯୭୨ରେ ନିର୍ମିତ ୧୨ ହଳ ଜୋତା ମଧ୍ୟରୁ ଏହା ଅନ୍ୟତମ। ଏହାକୁ ହାତରେ ତିଆରି କରାଯାଇଥିଲା।

Leave A Reply

Your email address will not be published.