କାଲି ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା କାମ କେତେ ସରିଛି ଓ କେତେ ବାକି ଅଛି । ତା’ ଉପରେ ବିଚାରବିମର୍ଶ କରାଯିବ । ଜୁଲାଇ ୧ରେ ଅମିତ ଶାହ ଓଡ଼ିଶା ଆସିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି କିଛି ଟାସ୍କ ଦେଇଥିଲେ ।  ଆସନ୍ତାକାଲି ଏହାର ସମୀକ୍ଷା କରାଯିବ । ଏହାପରେ ୧୮ ତାରିଖରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଓଡ଼ିଶା ନେତା ରିପୋର୍ଟ ପ୍ରଦାନ କରିବେ। ତେବେ ଶାହା ଦେଇଥିବା ଟାସ୍କର ୭୦ ସଂପୂର୍ଣ୍ଣ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି।

Leave A Reply

Your email address will not be published.