ଯାଜପୁରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ବିଦ୍ୟୁତ ତାର ସଂସ୍ପର୍ଶରେ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ହେଲେ ଧର୍ମଶାଳା ଥାନା ଦିଗାମ୍ବରପୁର ଗ୍ରାମର ଅନାମ ଖଟୁଆ। ଆଜି ଦେଓଦା ଗ୍ରାମରେ କାମ କରୁଥିବା ସମୟରେ ହଠାତ ବିଦ୍ୟୁତ ତାର ଅନାମଙ୍କ ଉପରେ ଛିଡି ପଡିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀମାନେ ଶବକୁ ରାସ୍ତାରେ ରଖି ଦେଓଦା ଓ ବ୍ରହ୍ମବରଦା ରାସ୍ତାକୁ ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଛନ୍ତି। ଖବର ପାଇ ଧର୍ମଶାଳା ତହସିଲଦାର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ସୂଚନା ଅନୁଯାୟୀ କ୍ଷତି ପୂରଣ ବାବଦକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଓ ବିଦ୍ୟୁତ ବିଭାଗ ପକ୍ଷରୁ ୧୫ ହଜାର ଟଙ୍କା ପ୍ରଦାନ କରିବା ପରେ ରାସ୍ତା ରୋକ୍ ହଟିଛି।

Leave A Reply

Your email address will not be published.