ମହିଳାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା, ଅପରେସନ ପରେ ଡାକ୍ତର ବାହାର କଲେ ଦେଢ଼ କେଜି ଓଜନର ଗହଣା

ପେଟରୁ ବାହାରିଲା ଦେଢ଼ କେଜି ଓଜନର ଗହଣା। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ସରକାରୀ ହସପିଟାଲରେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ପେଟରୁ ଡାକ୍ତରମାନେ ଅସ୍ତ୍ରୋପ୍ରଚାର କରି ବାହାର କରିଛନ୍ତି ୧.୬୮ କିଲୋଗ୍ରାମ ଓଜନର ଗହଣା ଏବଂ ୯୦ଟି କଏନ।

ସୂଚନା ଅନୁଯାୟୀ ଏହି ୨୬ ବର୍ଷିୟା ମହିଳାଙ୍କର ମାନସିକ ସ୍ଥିତି ଠିକ୍‌ ନଥିବା ବେଳେ ଘରେ ଏକା ରହିଥିବା ସମୟରେ ଏଣୁତେଣୁ ଜିନିଷ ଗିଳି ପକାଉଥିଲେ। ଏହିସବୁ ଧାତୁ ପେଟରେ ରହିବା କାରଣରୁ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ଅଲଟ୍ରାସାଉଣ୍ଡ ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅପରେସନ ପରେ ଡାକ୍ତର ତାଙ୍କ ପେଟରୁ ୧.୬୮ କିଲୋଗ୍ରାମର ଇମିଟେସନ ଗହଣା ଏବଂ ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ ବାହାରିଥିଲା।

goll

Leave A Reply

Your email address will not be published.