ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି, ଲଗାତାର ୪ର୍ଥ ଥର ପାଇଁ ହ୍ରାସ ପାଇଲା ରେପୋ ରେଟ୍
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱିମାସିକ ବୈଠକରେ ବଡ଼ ନିଷ୍ପତ୍ତି। ଲଗାତାର ଚତୁର୍ଥ ଥର ପାଇଁ ରେପୋ ରେଟ୍ ହ୍ରାସ ପାଇଛି। ରେପୋ ରେଟ ୩୫ ବେସିସ ପଏଣ୍ଟ ହ୍ରାସ ପାଇଛି। ଫଳରେ ରେପୋ ରେଟ ୫.୪୦ ପ୍ରତିଶତରେ ପହଞ୍ଚିଛି। ପୂର୍ବରୁ ରେପୋ ରେଟ ୫.୭୫ ପ୍ରତିଶତ ରହିଥିଲା। ସେହିପରି ରିଭର୍ସ ରେପୋ ରେଟ ୫.୧୫ ପ୍ରତିଶତ ରହିଛି। ରେପୋ ରେଟ ହ୍ରାସ ପାଇବା ଦ୍ୱାରା ଇଏମଆଇ କମିବାଯ। ଏହା ଦ୍ୱାରା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ। ଇଏମଆଇ କମିବା ଦ୍ୱାରା ଗୃହ ଓ ଯାନ ବାହନ ଋଣ ଶସ୍ତା ହେବ।