ଦୀପାବଳି ପାଇଁ ଏବେଠୁ ବୁକ୍‌ କରିନିଅନ୍ତୁ ବିମାନ ଟିକେଟ୍‌, ଆଗକୁ ବଢ଼ିପାରେ ଦାମ୍‌

ଏଥର ଅକ୍ଟୋବର ମାସରେ ପଡ଼ୁଛି ଦୀପାବଳି। ସାଧାରଣତଃ ଏହି ଉତ୍ସବ ଧନତେରାସ୍‌ରୁ ଆରମ୍ଭ ହୋଇଥାଏ। ଯଦି ଆପଣ ଦୀପାବଳି ଛୁଟିରେ ଘରକୁ ଯିବାକୁ ଚାହୁଁଥାଆନ୍ତି ଏବଂ ଏ ପଯ୍ୟର୍ନ୍ତ ଟକେଟ୍‌ ବୁକ୍‌ କରିନାହାନ୍ତି, ତା’ହେଲେ ଏବେଠୁ ଏହାକୁ କରାଇ ନିଅନ୍ତୁ। କାରଣ, ଆପଣଙ୍କ ଉପରେ ଅଧିକ ବୋଝ ପଡ଼ିବ ନାହିଁ। ଯଦିଓ ବିମାନ କମ୍ପାନୀଗୁଡ଼ିକ ବର୍ତ୍ତମାନ ଦାମରେ କୌଣସି ବୃଦ୍ଧି କରିନାହାନ୍ତି, କିନ୍ତୁ ଆଗକୁ ଟିକେଟ୍‌ ମୂଲ୍ୟ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏକ ରିପୋର୍ଟ ମୁତାବକ, ବିମାନ କମ୍ପାନୀଗୁଡ଼ିକ ପ୍ରମୁଖ ରୁଟରେ ବିମାନ ଯାତ୍ରା ଲାଗି ଟିକେଟ୍‌ ମୂଲ୍ୟ ପରିବର୍ତ୍ତନ କରିନାହାନ୍ତି। ଗତବର୍ଷ ତୁଳନାରେ ଏଥର ସିଟ୍‌ ସଂଖ୍ୟା ବଢ଼ାଯାଇଛି। କମ୍‌ ମୂଲ୍ୟର ସେବା ପ୍ରଦାନ କରୁଥିବା ସ୍ପାଇସ୍‌ଜେଟ ଏବଂ ଇଣ୍ଡିଗୋ ନିଜ ନିଜ କ୍ଷେତ୍ରରେ ବିମାନ ସଂଖ୍ୟା ବଢ଼ାଉଥିବା ରିପୋର୍ଟରେ ଦର୍ଶାଯାଇଛି।

ଏହାସହ ପଢ଼ନ୍ତୁ: କୌଣସି ଲିଖିତ ପରୀକ୍ଷା ନ ଦେଇ ପାଆନ୍ତୁ ଚାକିରି, ଆରସିଏଫ୍‌ଏଲ ଆଣିଦେଇଛି ସୁଯୋଗ

ସ୍ପାଇସ୍‌ଜେଟର ସୂଚନା ମୁତାବକ, ଆସନ୍ତା ୩ ମାସ ମଧ୍ୟରେ ଟିକେଟ୍‌ ମୂଲ୍ୟ ବଢ଼ିବାର ସମ୍ଭାବନା କମ୍‌ ଅଛି। ଭାରତୀୟମାନେ ଏମିତିରେ ମୂଲ୍ୟକୁ ନେଇ ଅଧିକ ସମ୍ବେଦନଶୀଳ ଥାଆନ୍ତି, ଯାହାର ପ୍ରଭାବ ଆଗକୁ ହୁଏତ ଦେଖିବାକୁ ମିଳିପାରେ। ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ବେଙ୍ଗାଲୁରୁ, ଦିଲ୍ଲୀ-ଚେନ୍ନାଇ, ଦିଲ୍ଲୀ-ହାଇଦ୍ରାବାଦ ଏବଂ ଦିଲ୍ଲୀ-କୋଲକାତା ଆଦି ରୁଟ୍‌ରେ ବିମାନ ଯାତ୍ରା ଉପରେ ୧୫ଦିନରୁ କମ୍‌ େଓ୍ଵଟିଙ୍ଗ୍‌ ପିରିୟଡରେ ୩୯ ପ୍ରତିଶତ ବୃଦ୍ଧି ଘଟିଛି।

ଦକ୍ଷିଣ ଭାରତ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜରାଟ ଭଳି ରାଜ୍ୟରେ ବନ୍ୟା ଓ ବର୍ଷା ଯୋଗୁ ବିମାନ ଯାତ୍ରା ମୂଲ୍ୟ ବଢ଼ିବାରେ ଲାଗିଛି। ଜେଟ୍‌ ଏୟାରେଓ୍ଵଜ ବନ୍ଦ ହେବା ପରେ ମୂଲ୍ୟରେ ୪୦ ପ୍ରତିଶତ ପଯ୍ୟର୍ନ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.