ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଜୋତା ପିନ୍ଧାଇଲେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ, ଶିଶୁଙ୍କ ଗହଣରେ ବିତାଇଲେ ଖୁସିର ମୁହୂର୍ତ୍ତ

ଟିଟିଲାଗଡ଼ ନେହେରୁ ନଗର ସ୍ଥିତ ଭିନ୍ନକ୍ଷମ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ବାଣ୍ଟିଲେ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କୁ ଜୋତା ପିନ୍ଧାଇ ଦେଇଥିଲେ । ଆଜି ପୂର୍ବାହଣରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ଭିନ୍ନକ୍ଷମ ସ୍କୁଲ ପରିଦର୍ଶନରେ ଆସିଥିଲେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କ ସହ ପୂର୍ବତନ ନଗରପାଳ ଓ ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତା ଏହି ପରିଦର୍ଶନରେ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.