Tata Sky କମ କଲା HD ସେଟଟପ ବକ୍ସ ର ଦର , ବର୍ତ୍ତମାନ କେବଳ ୧୪୯୯ ଟଙ୍କାରେ

ଡାଇରେକ୍ଟ ଟୁ ହୋମ ସେବା ପ୍ରଦାନ କରୁଥିବା କମ୍ପାନୀ ଟାଟା ସ୍କାଏ ନିଜର ଗ୍ରାହକ ମାନଙ୍କ ପାଇଁ ପୁଣି ଥରେ ସେଟଟପ ବକ୍ସର ଦର ହ୍ରାସ କରିଛି । ଏଥର ଟାଟା ସ୍କାଏ ନିଜର HD ସେଟଟପ ବକ୍ସର ଦର ହ୍ରାସ କରିଛି ଏହା ପୂର୍ବରୁ କମ୍ପାନୀ SD ସେଟଟପ ବକ୍ସକୁ ଶସ୍ତା କରିଥିଲା । ଆସନ୍ତୁ ଜାଣିବା ସମ୍ପୂର୍ଣ ରୂପେ …

ବର୍ତ୍ତମାନ ଟାଟା ସ୍କାଏର ଏଚଡ଼ି ସେଟଟପ ବକ୍ସ କେବଳ ୧୪୯୯ ଟଙ୍କାରେ କିଣା ଯାଇପାରିବ । ଏହା ପୂର୍ବରୁ ଏହାର ଦର ୧୮୯୯ ଟଙ୍କା ଥିଲା ଏବଂ ଟାଟା ସ୍କାଏ ଏସଡି ସେଟଟପ ବକ୍ସର ଦର ୧୩୯୯ ଟଙ୍କା ଅଟେ ଯଦିଓ ଏହା କେବଳ ସେଟଟପ ବକ୍ସର ଦର ଅଟେ । ଇନଷ୍ଟାଲେସନ ପାଇଁ ଗ୍ରାହକ ମାନଙ୍କୁ ଅଲଗା ଭାବେ ପଇସା ଦେବାକୁ ପଡିବ । ଏହି ରିହାତି ପରେ DTH ମାର୍କେଟରେ ଟାଟା ସ୍କାଏ ନିଜର ଏକ ମଜବୁତ ସ୍ଥାନ ବନାଇ ପାରିବ ବୋଲି ଆଶା କରାଯାଉଛି ।

ଯଦି ଆମେ ଏୟାରଟେଲ ଡିଜିଟାଲ ଟିଭିକୁ ଆସିବା ତାହେଲେ ଏହାର ଏଚଡ଼ି ସେଟଟପ ବକ୍ସ କେବଳ ୭୬୯ ଟଙ୍କାରେ ଉପଲବ୍ଧ ଏବଂ ଏହାର ଏସଡି ସେଟଟପ ବକ୍ସର ଦର ମାତ୍ର ୫୬୯ ଟଙ୍କା ଅଟେ । ଏଥିରେ ମଧ୍ୟ୍ୟ ଆପଣଙ୍କୁ ଇନଷ୍ଟାଲେସନ ପାଇଁ ସ୍ୱତନ୍ତ୍ର ଭାବେ ପେ କରିବାକୁ ପଡିବ । ଯଦି ଆମେ ଦର ହିସାବରେ ଦେଖିବା ତାହେଲେ ଏୟାରଟେଲ ଡିଜିଟାଲ ଟିଭି ସହିତ ଟାଟା ସ୍କାଏ ପ୍ରତିଯୋଗିତା କରିପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.