କାହିଁକି କୃଷ୍ଣ ଜନ୍ମାଷ୍ଟମୀ ବ୍ରତକୁ ରାଜା ବା ‘ବ୍ରତରାଜା’ ବୋଲି କୁହାଯାଏ

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ। ସମ୍ପୂର୍ଣ୍ଣ ବିଧିବିଧାନ ଅନୁଯାୟୀ କୃଷ୍ଣଙ୍କ ଜନ୍ମଦିନକୁ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅତି ଉତ୍ସାହର ସହ ପାଳନ କରାଯାଏ। କିନ୍ତୁ ଏହି ଉତ୍ସବକୁ ପୂର୍ବରୁ ଲୋକମାନେ ପାଳନ କରିଆସୁଛନ୍ତି। କିନ୍ତୁ ଏହି ବ୍ରତ କରିବାର କ’ଣ ମହତ୍ତ୍ୱ ରହିଛି, ତାହା ପ୍ରାୟତଃ କମ୍‌ ଲୋକେ ଜାଣିଥିବେ।

ପୌରାଣିକ କଥା ମୁତାବକ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ର ଅଷ୍ଟମୀ ତିଥିରେ ହୋଇଥିଲା। ଏହି ଦିନ ଚନ୍ଦ୍ର ବୃଷ ରାଶି ଏବଂ ସୂର୍ଯ୍ୟ ସିଂହ ରାଶିରେ ରହିଥିଲେ । ସେଥିପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ଏହି ସମୟରେ ପାଳନ କରାଯାଏ। ଏଥିପାଇଁ ଲୋକମାନେ ରାତିସାରା ଭଜନ କୀର୍ତ୍ତନ କରିଥାନ୍ତି । ଏହି ଦିନରେ ଲୋକମାନେ ବ୍ରତ ରଖିବା ସହ ପୂଜାପାଠ କରିଥାନ୍ତି। ଏହିଦିନ ବ୍ରତ ରଖିବା ଦ୍ୱାରା ବ୍ରତଧାରୀଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଯେଉଁ ଲୋକମାନଙ୍କ ଜାତକରେ ଚନ୍ଦ୍ରମା ଦୁର୍ବଳ ରହିଥାଏ, ସେମାନେ ଏହିଦିନ ପୂଜା ପାଠ କରି ଭଗବାନଙ୍କ କୃପା ଲାଭ କରିପାରିବେ। ଏହି ଦିନ ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହେବାର ସୁଯୋଗ ମଧ୍ୟ ରହିଥାଏ।

krishna1

ଅନେକ ଶାସ୍ତ୍ରରେ ଜନ୍ମାଷ୍ଟମୀ ବ୍ରତକୁ ବ୍ରତମାନଙ୍କ ମଧ୍ୟରେ ରାଜା ବା ‘ବ୍ରତରାଜା’ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଶ୍ରୀକୃଷ୍ଣଙ୍କୁ ଝୁଲା ଝୁଲାଇବାର ମଧ୍ୟ ବହୁତ ମହତ୍ୱ ରହିଛି। ଭଗବାନଙ୍କୁ ଝୁଲା ଝୁଲାଇବା ଦ୍ୱାରା ଶ୍ରୀକୃଷ୍ଣ ବ୍ରତଧାରୀଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

ଏହି ପୂଜା କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଭାରତୀୟ ଖୁବ୍ ଧୂମଧାମ୍ .ରେ ପାଳନ କରାଯାଇଥାଏ। ବିଦେଶରେ ବିଭିନ୍ନ ପ୍ରକାର ଭବ୍ୟ ସମାରୋହର ଆୟୋଜନ କରାଯାଏ। ଏହା ବ୍ଯତୀତ ବ୍ରଜ ନଗରୀ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏହିକାରଣରୁ ଘରେ ଏବଂ ମନ୍ଦିରରେ ମଧ୍ୟରାତ୍ରି ୧୨ଟା ହେବା ପରେ ଭଗବାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ରାତିରେ ଲଡୁ ଗୋପାଳଙ୍କ ମୂର୍ତ୍ତିକୁ ସ୍ନାନ କରାଇବା ପରେ ନୂତନ ବସ୍ତ୍ର ପିନ୍ଧାଇ ତାଙ୍କୁ ଶୃଙ୍ଗାର କରାଯାଇଥାଏ। ଶେଷରେ ଭଗବାନଙ୍କ ନିକଟରେ ଭୋଗ ଲଗାଯାଇ ପ୍ରସାଦ ବଣ୍ଟା ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.