ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବଡ଼ ସୁଯୋଗ, ୫ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ

କେନ୍ଯୁଜ୍: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବଡ଼ ସୁଯୋଗ। ୨ଲକ୍ଷ ୪ ହଜାର ୬୯ କୋଟି ଟଙ୍କାର ହେବା ନିବେଶ ପାଇଁ ୫ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ। ଏସବୁ ପ୍ରସ୍ତାବକୁ ୨୦ତମ ହାଇଲେଭଲ କ୍ଲିଅରାନ୍‌ସ ଅଥରିଟି -HLCA ବୈଠକରେ ମଞ୍ଜୁରୀ ମିଳିଛି। ଏଥିରେ ରହିଛି IOCLର ୧ ଲକ୍ଷ ୯ ହଜାର କୋଟି ଟଙ୍କା ଓ ହଳଦିଆ ପେଟ୍ରୋକେମିକାଲ୍‌ସର ୭୮ ହଜାର କୋଟି ଟଙ୍କା ନିବେଶ ପ୍ରସ୍ତାବ ରହିଛି । ଏମାନଙ୍କ ସହ ଜିନ୍ଦଲ ଇଣ୍ଡିଆ ୧ ହଜାର ୬୭୬ କୋଟି ଓ ତାଳଚେର ଫର୍ଟିଲାଇଜରର ୧୪ ହଜାର ୭୩୨ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଧ୍ୟ ଗ୍ରୀନ ସିଗନାଲ ଦେଇଛି HLCA। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୭ ହଜାର ୬୪୫ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ହଳଦିଆ ପେଟ୍ରୋକେମିକାଲ୍‌ସକୁ ଭୋଗରାଇ ବିଧାୟକ ଅନନ୍ତ ଦାସ ସ୍ୱାଗତ କରିଛନ୍ତି । ସେହିପରି ଏହାଦ୍ୱାରା ଓଡ଼ିଶା ପେଟ୍ରୋକେମିକାଲ୍ସ ହବ୍‌ ହେବ ବୋଲି ବରିଷ୍ଠ ଅର୍ଥନୀତି ସମୀକ୍ଷକ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.