ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ମାଡ଼ ମାରିବା, ଅଭିଯୁକ୍ତ ହଷ୍ଟେଲ ଓ୍ଵାର୍ଡେନ୍‌କୁ ଗିରଫ କରି କୋର୍ଟ ଚାଲାଣ

ଭୁବନେଶ୍ୱର: ଛାତ୍ରଙ୍କୁ ପିଟିଲେ, ଏବେ ବନ୍ଧା ହେଲା। ଦେଖନ୍ତୁ ଏହି ଚେହେରାକୁ। ନାମ ବିଶ୍ୱରଞ୍ଜନ ରଣା ଓରଫ ପପୁନ୍‌। ଭୁବନେଶ୍ୱର ଗାନ୍ଧୀ ଯୁକ୍ତ ଦୁଇ ବିଜ୍ଞାନ କଲେଜର ହଷ୍ଟେଲ ଓ୍ଵାର୍ଡେନ୍‌। ତିନି ଜଣ ଛାତ୍ରଙ୍କୁ ଅତି ଅମାନୁଷିକ ଭାବରେ ପିଟିବା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଭିଡିଓ ଭାଇରାଲ୍‌ ପରଠୁ ଫେରାର୍‌ ଥିଲା। ୪ବର୍ଷ ଧରି ସେ ଓ୍ଵାର୍ଡେନ୍‌ ଭାବରେ କାମ କରୁଥିଲା।

ତିନି ଜଣ ଛାତ୍ରଙ୍କୁ ଗୋରୁଗାଈ ଭଳି ପିଟୁଥିଲା ବିଶ୍ୱରଞ୍ଜନ। ଏମିତି ମାରିବା ପଛର ପ୍ରକୃତ କାରଣ କଣ? କେବଳ ପରୀକ୍ଷାରେ ଭଲ ନମ୍ବର ନରଖିବାରୁ ପିଟୁଥିଲା? ନା ଆଉ କିଛି କାରଣ ରହିଛି? ପୂର୍ବରୁ ହଷ୍ଟେଲରେ କାହାକୁ ମାଡ଼ ମାରିଥିଲା? ପିଟିବା ପାଇଁ କିଏ ଦେଇଥିଲା ଅନୁମତି? ଏମିତି ଅନେକ ପ୍ରସଙ୍ଗରେ ତାକୁ ପଚରାଉଚରା କରାଯାଇଛି। ନିଜ ଦୋଷ ମାନିଛି ଅଭିଯୁକ୍ତ।

ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ କରାଯାଇଛି। କେଲଜଗୁଡ଼ିକରେ ର‍୍ୟାଗିଂ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ରାଜଧାନୀର ଆବାସିକ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ନିର୍ଘାତ ପିଟିବାକୁ ବିଭିନ୍ନ ମହଲ ନାପସନ୍ଦ କରିଛନ୍ତି ।

Leave A Reply

Your email address will not be published.