ଭିଜିଲାନ୍ସ ଜାଲରେ ନନ୍ଦପୁର ଆର୍‌ଆଇ, ଅଢେଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ନନ୍ଦପୁର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନନ୍ଦପୁର ଆର୍‌ଆଇ । ଅଢେଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲଡ଼ା ରାଜସ୍ୱ ମଣ୍ଡଳର ଅତିରିକ୍ତ ରାଜସ୍ୱ ନିରୀକ୍ଷକ କୈଳାସ ଚନ୍ଦ୍ର ବିଶ୍ୱାଳ । ଡମ୍ବୁରୁଧର ହାନ୍ତାଳ ନାମକ ଜଣେ ଦିବ୍ୟାଙ୍ଗଙ୍କ ଠାରୁ ଜମିଜମା ବାବଦକୁ ଅଢେଇ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହାପରେ ତାଙ୍କ ଗଞ୍ଜାମ ସ୍ଥିତ ବାସଭବନ, ଅଫିସ ଓ ଜୟପୁରରେ ଥିବା ଘରେ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ଶଶିଶେଖର ମହାପାତ୍ର ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.