ସର୍ବଶ୍ରେଷ୍ଠ କଫି ‘ପନାମା’, ଯାହାର ଗୋଟେ କପ୍‌ର ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

ଆପଣମାନେ ଅନେକ ରେଷ୍ଟରାଣ୍ଟ କିମ୍ବା କାଫେରେ କଫି ପିଇଥିବେ ନିଶ୍ଚିତ। ଏହାଛଡା ବିଭିନ୍ନ ପ୍ରକାର କଫି ବିଷୟରେ ମଧ୍ୟ ଜାଣିଥିବେ। କିନ୍ତୁ ଏପରି ଏକ କାଫେ ରହିଛି, ଯେଉଁଠାରେ ଦୁନିଆର ସବୁଠାରୁ ମହଙ୍ଗା କଫି ଗ୍ରାହକଙ୍କୁ ମିଳିଥାଏ। ଏହି କାଫେର ନାମ ‘କ୍ଲଚ କଫି କାଫେ’। ଯେଉଁଠାରେ ଗୋଟେ କଫିର ଦାମ ୭୫ ଡଲାର (ପାଖାପାଖି ୫,୨୨୮.୨୫ଟ) ରହିଛି। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଲୋକେ ଏଠାକୁ ଯାଇ କଫି ପିଇବାକୁ ପସନ୍ଦ କରିଥାନ୍ତି।

panama 1

ନିଲାମ ହୋଇଥିଲା ନାମ :

ଏହି କଫିକୁ ‘ନ୍ୟାଚୁରାଲ ଗୀଶା ୮୦୩’ କୁହାଯାଏ। ଏହି କାଫେର ଶାଖା କେବଳ ସାନପ୍ରାନସିସକୋ ଏବଂ କାଲିଫର୍ଣ୍ଣିଆରେ ରହିଛି। କଫିର ଏପରି ଅଜବ ନାମ ନିଲାମ ସମୟରେ ପଡିଥିଲା। ନିକଟରେ ହୋଇଥିବା ନିଲାମୀରେ ପାଖାପାଖି ୪୫୦ଗ୍ରାମର କଫିକୁ ୮୦୩ ଡଲାର ଅର୍ଥାତ୍ ୫୬ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।  ତେବେ ଠାରୁ କାଫେର ନାମ ‘ନ୍ୟାଚୁରାଲ ଗୀଶା ୮୦୩’ ରଖାଯାଇଛି।

ଏହାସହ ପଢ଼ନ୍ତୁ ; ସଡ଼କରେ କ’ଣ ପାଇଁ ରହିଥାଏ ଏହି ଧଳା ହଳଦିଆ ରଙ୍ଗର ଗାର, ଆପଣ ଜାଣିଛନ୍ତି କି ?

ଗୋଟେ କପ୍‌ କଫିର ମୂଲ୍ୟ ୭୫ ଡଲାର:

ପୂର୍ବରୁ ଏହି କଫିର ବିକ୍ରି ମାତ୍ର ୪୫ କିଲୋ ହେଉଥିଲା ଏବଂ ଅନ୍ୟ ସବୁ କଫି ଜାପାନ, ଚୀନ ଏବଂ ତାଇଓ୍ଵାନକୁ ରପ୍ତାନୀ କରାଯାଉଥିଲା। କାଫେର ମାଲିକଙ୍କ କହିବାନୁସାରେ, କ୍ଲଚ କାଫେ ପାଇଁ ମାତ୍ର ୪ କିଲୋ କଫି ହିଁ ରଖାଯାଏ। ଉତ୍ତମ ଆମେରିକାର କୌଣସି ସ୍ଥାନରେ ଏହି କଫି ମିଳେନାହିଁ। ଏହାକୁ କେବଳ ଆମ କାଫେର ବ୍ୟବହାର କରାଯାଏ। ଏଥିପାଇଁ ଏହାକୁ ନେବା ପାଇଁ ଜବରଦସ୍ତ ନିଲାମୀ ଲାଗିଥାଏ।

panama

କଫିର ଅସଲି ନାମ ପନାମା :

ପ୍ରକୃତରେ ଏହି କଫିର ନାମ ପନାମା ରହିଛି। ଯାହା କଫି ପ୍ରତିଯୋଗୀତା ମଧ୍ୟରେ ସର୍ବଶ୍ରେଷ୍ଠ ଭାବେ ରହିଥାଏ। ପନାମା ମଧ୍ୟ ଆମେରିକାର ମିଳୁଥିବା ଦୁଲର୍ଭ ଅରାବିକ କଫିର କିସମ। ଏହାର ସ୍ୱାଦ ଚା’ ପରି ହୋଇଥାଏ। ଜସମିନ ଭଳି ଗନ୍ଧ ମଧ୍ୟ ଆସିଥାଏ। ଏହାର ପାଣି ପିଇବା ଦ୍ୱାରା ମସ୍ତିଷ୍କକୁ ବେଶ ଶାନ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.