ଜଣେ ଥିଲେ ବିଦେଶୀ, ଯିଏ ସ୍ୱାଧୀନତା ପୂର୍ବରୁ ବିଦେଶରେ ସଂସ୍କୃତର ପ୍ରଚାର ପ୍ରସାର କରିଥିଲେ

ବିଶ୍ୱର ଅନ୍ୟତମ ପ୍ରାଚୀନ ଭାଷା ହେଉଛି ସଂସ୍କୃତ । ଏହାକୁ ଭାରତୀୟ ଭାଷାମାନଙ୍କର ଜନନୀ ବୋଲି ମଧ୍ୟ କୁହାଯାଏ । ଖାଲି ଭାରତ ନୁହେଁ ଭାରତ ବାହାରର ଲୋକ ମଧ୍ୟ ଏହି ଭାଷାର ମହତ୍ୱକୁ ଖୁବ୍‌ ବୁଝିଛନ୍ତି । ତେଣୁ ବିଶ୍ୱର ଅନ୍ୟ ପ୍ରାନ୍ତରୁ ବହୁ ଭାଷା ବିଜ୍ଞାନୀ ଭାରତକୁ ସଂସ୍କୃତ ଅଧ୍ୟୟନ ଏବଂ ଏହା ଉପରେ ଗବେଷଣା କରିବାକୁ ଆସିଥାନ୍ତି ।
କାଶୀ ହେଉଛି ଭାରତର ଧାର୍ମିକ ରାଜଧାନୀ । ତେଣୁ ଏହି ବିଦେଶୀମାନେ କାଶୀ ବା ବାରାଣସୀକୁ ହିଁ ବିଶେଷ ଭାବେ ଆସିଥାନ୍ତି । ସେଥିଲାଗି କାଶୀକୁ ହିଁ ସଂସ୍କୃତ ଅଧ୍ୟୟନର ପ୍ରମୁଖ କେନ୍ଦ୍ର ଭାବେ ଜଣାଯାଏ । ବିଶ୍ୱର ବହୁ ବିଦ୍ଵାନମାନେ ମଧ୍ୟ ଅତି ମୂଲ୍ୟବାନ ସଂସ୍କୃତ ଶାସ୍ତ୍ର ଗୁଡିକର ଗବେଷଣା କରି ସାରିଲେଣି । ଏହି ମହାନ ଗବେଷକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଂରାଜୀ ଭାଷା ବିଜ୍ଞାନୀ ଆର.ଟି ଗ୍ରିଫିଥ ବା ରାଲଫ୍‌ ଥୋମାସ୍‌ ହଚ୍‌କିନ୍‌ ଗ୍ରିଫିଥ୍‌ । SANSKRIT SCHOOL-2

ସେ ୧୮୭୦ ମସିହାରେ କାଶୀର କେନ୍ଦ୍ର ସ୍ଥଳରେ ଅବସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ହିଁ ବାଲ୍ମିକୀ ରାମାୟଣର ଇଂରାଜୀରେ ଅନୁବାଦ କରିଥିଲେ । ତେଣୁ କୁହାଯାଏ ଯେ କାଶୀ ହିଁ ବାଲ୍ମିକୀ ରାମାୟଣର ପ୍ରଚାର ଓ ପ୍ରସାରର ପ୍ରାଣ କେନ୍ଦ୍ର । ଯେଉଁ ଜାଗାରେ ଗ୍ରିଫିଥ ଏହି ମହାନ ଶାସ୍ତ୍ରର ଅନୁବାଦ କରିଥିଲେ ସେହି ସ୍ଥାନକୁ ଏକ ସ୍ମାରକ ରୂପେ ଗଢା ଯାଇ ସମ୍ପୂର୍ଣ୍ଣାନନ୍ଦ ବିଶ୍ୱବିଦ୍ୟାଳୟରେ ସ୍ଥାପନା କରଯାଇଛି । ସେ ସମୟରେ ଭାରତରେ ବ୍ରିଟିଶମାନଙ୍କର ରାଜୁତି ଚାଲିଥିଲା । ତେଣୁ ବ୍ରିଟିଶ ଲୋକମାନଙ୍କୁ ସଂସ୍କୃତ ଭାଷାର ମହତ୍ୱ ବୁଝାଇବା ପାଇଁ ହିଁ ଭାଷା ବିଜ୍ଞାନୀ ଗ୍ରିଫିଥ୍‌ ଏହି ବିଶ୍ୱବିଦ୍ୟାଳୟରେ ଚାରି ବେଦର ଇଂରାଜୀ ଅନୁବାଦ ପ୍ରଥମେ କରିଥିଲେ । ଏହା ସହ ସେ ମହାକବି କାଳିଦାସଙ୍କ ରଚିତ ପ୍ରଖ୍ୟାତ କାବ୍ୟ “କୁମାର ସମ୍ଭବମ”ର ମଧ୍ୟ ଅନୁବାଦ କରିଥିଲେ । ଗ୍ରିଫିଥ୍‌ଙ୍କ ଏହି ଅନନ୍ୟ ପ୍ରୟାସ ଦ୍ୱାରା ହିଁ ବ୍ରିଟିଶରମାନେ ଭାରତର ଆଦି ଭାଷା ଭାବେ ଜଣାଶୁଣା ସଂସ୍କୃତର ମହତ୍ୱକୁ କିଛି ମାତ୍ରାରେ ବୁଝି ପାରିଥିଲେ । ସେ ସମୟର ବନାରସର ରେଜିଡେଣ୍ଟ ଜୋନାଥନ ବ୍ରିଟିଶ ଅଧିକାରୀଙ୍କ ଠାରୁ ପ୍ରଥମେ ଏହି ସ୍ଥାନରେ ଏକ ସଂସ୍କୃତ ଅଧ୍ୟୟନ କେନ୍ଦ୍ର ଖୋଲିବାକୁ ଅନୁମତି ମାଗିଥିଲେ । ଏହା ପରେ ସେ ୧୭୯୧ ମସିହାରେ ବନାରସ ସଂସ୍କୃତ ପାଠଶାଳା ସ୍ଥାପାନ କରିଥିଲେ ।

SANSKRIT SCHOOL-3ଏହାର ଠିକ ପାଞ୍ଚ ଦଶନ୍ଧି ପରେ ୧୮୪୪ ମସିହାରେ କାଶୀରେ ଏକ ‘ରାଜକୀୟ ସଂସ୍କୃତ କଲେଜ’ର ପ୍ରତିଷ୍ଠା କରାଯାଇଥିଲା, ଯାହାକୁ କି ପରବର୍ତ୍ତୀ ସମୟରେ ‘କ୍ୱିନସ କଲେଜ’ ଭାବେ ନାମିତ କରାଯାଇଥିଲା । ଭାରତ ସ୍ୱାଧୀନତା ହେବାର ପର ବର୍ଷ ଅର୍ଥାତ ୧୯୪୮ ମସିହାରେ ଏହାକୁ ପ୍ରଥମ କରି ରାଜ୍ୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ପରେ ଏହାର ନାମକୁ ପୁନଶ୍ଚ ବଦଳାଯାଇ ବାରାଣସୀ ସଂସ୍କୃତ ବିଦ୍ୟାଳୟ କରାଯାଇଥିଲା । ୧୯୭୪ ମସିହାରେ ହିଁ ଏହାର ନାମକୁ ବଦଳାଯାଇ କରାଗଲା ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଦ୍ୟାଳୟ ।

ଦୀର୍ଘ ୨୨୮ ବର୍ଷର ଇତିହାସ :

ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବା ପର୍ଯ୍ୟନ୍ତ ଏହାକୁ ପ୍ରାୟ ୨୨୮ ବର୍ଷ ସମୟ ଲାଗିଥିଲା । ଏହି ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରାଧ୍ୟାପକ ଥିଲେ ଜେ. ମୋର । ୧୮୬୧ରୁ ୧୮୭୬ ଦୀର୍ଘ ୧୫ ବର୍ଷ ଧର ଗ୍ରିଫିଥ ଏଠାରେ ପିଲାଙ୍କୁ ପାଠ ପଢ଼ାଇଥିଲେ । ସଂସ୍କୃତ ସାହିତ୍ୟ ପ୍ରତି ତାଙ୍କର ଦାନ ଅଦ୍ୱିତୀୟ । ଜଣେ ବ୍ରିଟିଶର୍‌ ହୋଇଥିଲେ ମଧ୍ୟ ଭାରତର ଆଦିଭାଷାର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ସେ । କିପରି ବ୍ରିଟିଶରମାନେ ସଂସ୍କୃତ ଭାଷାର ମହତ୍ୱକୁ ବୁଝି ପାରିବେ ସେଥିଲାଗି ସେ ପ୍ରମୁଖ ଗ୍ରନ୍ଥଗୁଡିକର ସଂସ୍କୃତରୁ ଅନୁବାଦ କରିଥିଲେ । ଅନ୍ୟପକ୍ଷେ ଏହିଠାରେ ୧୮୩୦ ମସିହାରେ ସଂସ୍କୃତ ସହିତ ଇଂରାଜୀର ଅଧ୍ୟୟନ ମଧ୍ୟ ଆରମ୍ଭ କରାଯାଇଥିଲା । ୧୮୫୭ରୁ ଏହି ଶିକ୍ଷାନୁଷ୍ଠାନରେ ସ୍ନାତକତ୍ତୋର ପାଠ୍ୟକ୍ରମ ଓ ୧୮୮୦ରୁ ଲିଖିତ ପରୀକ୍ଷା ପ୍ରଣାଳୀ ଆରମ୍ଭ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.