ଭୁବନେଶ୍ବର (କେନ୍ୟୁଜ୍): ବଦଳିଲେ ପାଞ୍ଚଟି ରାଜ୍ୟର ରାଜ୍ୟପାଳ। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହିମାଚଳ ପ୍ରଦେଶର ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଭଗତ ସିଂହ କୋଶିଆରୀଙ୍କୁ ମହାରାଷ୍ଟ୍ର ଓ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ତାମିଲନାଡୁ ବିଜେପି ମୁଖ୍ୟ ତାମିଲସାଇ ସୌନ୍ଦର୍ଯ୍ୟାରାଜନଙ୍କୁ ତେଲଙ୍ଗାନାର ରାଜ୍ୟପାଳ ଓ ଆରିଫ ମହମ୍ମଦ ଖାନଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ରାଜ୍ୟପାଳ ଭାବେ ନିଯୁକ୍ତି ପାଇ ଖୁସି ବ୍ୟକ୍ତ କରିଛନ୍ତି ଆରିଫ ମହମ୍ମହ ଖାନ।