ଜାଣନ୍ତୁ ଆଜିର ଭାଗ୍ୟ

mesha

ମେଷ : ବିଦେଶ ଯାତ୍ରା ସଫଳ ହେବ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ । ଘରେ କିମ୍ବା ସାଙ୍ଗମାନଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ସ୍ଥିର କରିବାକୁ ଥିଲେ ତାହା ନିଜେ ସ୍ଥିର କଲେ ଆପଣଙ୍କ ପାଇଁ ଭଲ ରହିବ।

brushaବୃଷ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ସୁସ୍ୱାଦୁ ଭୋଜନ କରିବେ । ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ଦେଖାଦେବ ।

mithunaମିଥୁନ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଯଦି ଆପଣ କୌଣସି ସ୍ଥାନରେ ଭଲଭାବେ ରହିବା ପାଇଁ ଭାବୁଛନ୍ତି ତେବେ ପୁଣି ଥରେ ଭଲଭାବେ ଚିନ୍ତା କରନ୍ତୁ। ଆଜି ଆପଣଙ୍କୁ ନିଜ ଘର ବଦଳାଇବାକୁ ପଡ଼ିପାରେ।

karkataକର୍କଟ : ଅହଂଭାବ ଦୂର କରନ୍ତୁ । ପୁରୁଣା ବିଚାର ତ୍ୟାଗ କରି ଜୀବନରେ ନୂଆ ବିଚାର ଆଣିବେ। ନୂଆ ବିଚାରରେ ଜୀବନରେ ଆସିଥିବା ପରିବର୍ତ୍ତନକୁ ଦେଖି ଆପଣ ନିଜେ ଖୁବ୍ ଖୁସି ହେବେ। କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବା ଭଲ ।

singhaସିଂହ : ସ୍ଥିରମନ ହୋଇ କାର‌୍ୟ୍ୟ କରନ୍ତୁ ।  ଆଜି ଆପଣ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। କାରଣ ପଛରେ ଯେପରି ପଶ୍ଚ୍ୟାତାପ କରିବାକୁ ନପଡେ।ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।

kanyaକନ୍ୟା : ପାରିବାରିକ ସମସ୍ୟା ଦେଖାଦେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ।

tulaaତୁଳା : ଧର୍ମକାର୍ଯ୍ୟରେ ଯୋଗ ଦେବେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ଆପଣ ଆଖି ବନ୍ଦ କରି ବିଶ୍ବାସ କରୁଥିବା ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍ କୌଣସି ଦିନ ଆପଣ ସମସ୍ୟାରେ ପଡ଼ିପାରନ୍ତି।

bichhaବିଛା : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ବିଦ୍ୟାର୍ଥୀ ସଫଳତା ପାଇବେ ।

dhanuଧନୁ : ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। କାରଣ ଆଜି ଆପଣଙ୍କୁ ନିଜ ଲୋକ ହିଁ ନିରାଶ କରିପାରନ୍ତି।ପିତାଙ୍କ ଶରୀର ଅସୁସ୍ଥ ରହିବ । ପରିବାର ସହଯୋଗ ପାଇବେ । ଭ୍ରମଣ ଯୋଗ ରହିଛି ।

makaraମକର : ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।ମନକୁ ଆୟତ୍ତରେ ରଖନ୍ତୁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

kumbhaକୁମ୍ଭ : ଆଜି ଆପଣ କୌଣସି ସରକାରୀ ଉଚ୍ଚାଧୀକାରୀଙ୍କ ସହ ସାକ୍ଷାତ ହୋଇପାରେ, ଯିଏ ଆପଣଙ୍କୁ ସରକାରଙ୍କ ସମ୍ବନ୍ଧିତ କାମ କରିବାରେ ସାହାଯ୍ୟ କରିବେ। ପରାକ୍ରମ କ୍ଷେତ୍ରରେ ଜୟ ଲାଭ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ ।

minaମୀନ : ବହୁତ ଜଲଦି ଆପଣ ନିଜର କାର୍ଯ୍ୟ ଶେଷ କରନ୍ତୁ ନଚେତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ସୁସ୍ୱାଦୁ ଭୋଜନ କରିବେ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.