ଖୋଲିବ ଲୋମହର୍ଷକ ନିହାରିକା ମର୍ଡର ମିଷ୍ଟ୍ରି, ରାଜାର ରିମାଣ୍ଡ ପାଇଁ ଆଜି ଆବେଦନ କରିବ ପୋଲିସ

ଭୁବନେଶ୍ବର (କେନ୍ୟୁଜ୍) : ଖୋଲିବ ଲୋମହର୍ଷକ ନିହାରିକା ମର୍ଡର ମିଷ୍ଟ୍ରି। ଅଭିଯୁକ୍ତ ରାଜାକୁ ୫ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିବ ବିରିଡ଼ି ପୋଲିସ। ରିମାଣ୍ଡ ପାଇଁ ଆଜି ଆବେଦନ କରିବ ପୋଲିସ। ରିମାଣ୍ଡ ବେଳେ ହତ୍ୟାକାଣ୍ଡର ପୁରା କାହାଣୀ ଉପରୁ ପର୍ଦ୍ଦା ହଟାଇବ ପୋଲିସ । ରାଜାକୁ ରିମାଣ୍ଡରେ ଆଣି ସତ ଓଗାଳିବାକୁ ଚେଷ୍ଟା କରିବ । ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି କି? ଡିସେମ୍ବରରେ ବାହାଘର ସ୍ଥିର ହୋଇଥିବା ବେଳେ ରାଜାର ବେକାରୀ ପାଇଁ ବଚସାରୁ ହତ୍ୟା ନା କାରଣ ଆଉ କିଛି? ଏମିତି ଅନେକ ଅସମାହିତ ପ୍ରଶ୍ନର ଖିଅ ଖୋଜିବ ପୋଲିସ।

କାହିଁକି ଓ କେମିତି ହତ୍ୟା କଲା ? କେଉଁ କାରଣ ପାଇଁ ଦୁଇ ଜଣଙ୍କ ଭିତରେ ମନାନ୍ତର ଓ ମତାନ୍ତର ଚାଲିଥିଲା? ହତ୍ୟାକାଣ୍ଡରେ ତାକୁ କେହି ସହଯୋଗ କରିଛନ୍ତି କି ? ଏଯାଏଁ କେଉଁଠି ଲୁଚିଥିଲା ? ରାଜାକୁ ରିମାଣ୍ଡରେ ନେଇ ଏସବୁ ଦିଗରେ ଖୋଳତାଡ କରିବ ପୋଲିସ । ଗତ ୮ ତାରିଖରେ କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ନିଜ ସାଙ୍ଗ ଘରେ ନିହାରିକାକୁ ହତ୍ୟା କରିବା ପରେ ବାଇକରେ ଆଣି ଜଗତସିଂହପୁର ବିଲୁଆଖାଇ ନଦୀରେ ମୃତଦେହକୁ ଫିଙ୍ଗି ଦେଇଥିଲା ରାଜା। ୧୦ ଦିନ ପରେ ବିଲୁଆଖାଇ ନଦୀପଠାରୁ ଉଦ୍ଧାର ହୋଇଥିଲା ମୃତଦେହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.