Below header

ଫାଇଦା ନୁହେଁ, ଆପଣଙ୍କୁ କ୍ଷତି ପହଞ୍ଚାଇବ ଏହି ୪ଟି ଫଳରସ

ଫଳ ହେଉ କି ପରିବା, ଏହାର ଜୁସ୍‌ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ଯାଏ, ସମସ୍ତଙ୍କୁ ଜଳଖିଆରେ ଏକ ଗ୍ଲାସ୍‌ ଜୁସ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଜୁସ୍‌ କେବଳ ଶରୀରକୁ ଏନର୍ଜି ଯୋଗାଇ ନ ଥାଏ, ବରଂ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍‌ ମଧ୍ୟ ଦେଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କ? ଏମିତି କିଛି ଫଳ ଏବଂ ପରିବା ରହିଛି, ଯାହାର ଜୁସ୍‌ ପିଇଲେ ଶରୀରକୁ କୌଣସି ବି ପ୍ରକାର ଫାଇଦା ହୋଇ ନ ଥାଏ। ଆସନ୍ତୁ ଜାଣିବା, କେଉଁ କେଉଁ ଫଳ ଏବଂ ପରିବା ଜୁସ୍‌କୁ ଆମେ ପିଇବା ଉଚିତ ନୁହେଁ।

jus2

ସପୁରୀ ଜୁସ୍‌

ସପୁରୀ ଜୁସ୍‌ ଖଟା-ମିଠା ଲାଗୁଥିବାରୁ ପ୍ରାୟତଃ ସମସ୍ତଙ୍କୁ ଏହା ପସନ୍ଦ ଆସିଥାଏ। କିନ୍ତୁ ଏହି ଜୁସ୍‌ ପିଇବାରେ ଶରୀରକୁ କୌଣସି ଲାଭ ମିଳି ନ ଥାଏ। ଏଥିରେ ସୁଗର ମାତ୍ରା ଅଧିକ ରହିଥିବାରୁ ଶରୀରର ବ୍ଲଡ୍‌ ସୁଗର ବଢ଼ିବାର ସମ୍ଭାବନା ଥାଏ। ସପୁରୀରେ ଅନେକ ଭିଟାମିନ୍‌ ଏବଂ ପୋଷକ ତତ୍ତ୍ୱ ରହିଥାଏ, କିନ୍ତୁ ଜୁସ୍‌ ବନାଇବା ସମୟରେ ସେଗୁଡ଼ିକ ନଷ୍ଟ ହୋଇଯାଏ। ତେଣୁ ଏହାକୁ ଜୁସ୍‌ ନ କରି ଫଳ ଭାବେ ଖାଇବା ଉଚିତ।

palanga

ପାଳଙ୍ଗ ଜୁସ୍‌

ପାଳଙ୍ଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ, ଏହାର ଜୁସ୍‌ ପିଇବା ସେତିକି କ୍ଷତିକାରକ। ପାଳଙ୍ଗରେ ଆକ୍ସଲେଟ୍‌ର ମାତ୍ରା ଅଧିକ ରହିଥାଏ। ତେଣୁ ଲଗାତାର ଭାବେ ଏହାର ଜୁସ୍‌ ପିଇବାରେ ଆପଣଙ୍କୁ ଷ୍ଟୋନ୍‌ ହେବାର ସମ୍ଭାବନା ଥାଏ। ଆକ୍ସଲେଟ୍‌ ମୂତ୍ରାଶୟ ଏବଂ କିଡ୍‌ନୀରେ ଜମା ହୋଇଯାଏ। ଖାଇବା ସମୟରେ ଏହାର ପ୍ରଭାବ ସେତେଟା ଜଣାପଡ଼ି ନ ଥାଏ, କାରଣ ଆପଣ ଅଧିକ ପାଳଙ୍ଗ ଖାଇପାରନ୍ତି ନାହିଁ।

ap1

ସେଓ ଜୁସ୍‌

ପ୍ରତିଦିନ ଗୋଟିଏ ସେଓ ଖାଇବା ସ୍ୱାସ୍ଥ୍ୟକର ହୋଇଥାଏ। କିନ୍ତୁ ଏହାର ଜୁସ୍‌ ପିଇବା ବିଲକୁଲ ବି ଲାଭଦାୟକ ହୋଇ ନ ଥାଏ। ସେଓ ଜୁସ୍‌ରେ ଏହାର ମଞ୍ଜି ମଧ୍ୟ ମିଶିଯାଇଥାଏ। ଏହି ମଞ୍ଜିରେ ଏମିଗଡେଲିନ୍‌ ନାମକ ବିଷାକ୍ତ ରାସାୟନିକ ପଦାର୍ଥ ମିଳିଥାଏ, ଯାହାକି ବିଷ ଭଳି କାମ କରିଥାଏ। ଯଦି ଆପଣ ଘରେ ସେଓ ଜୁସ୍‌ ବନାଇବାକୁ ଚାହୁଁଛନ୍ତି, ତା’ହେଲେ ପ୍ରଥମେ ଏହାର ମଞ୍ଜି ବାହାର କରିନିଅନ୍ତୁ।

ଏହାସହ ପଢ଼ନ୍ତୁ: କାନର ଛିଦ୍ର ବଡ଼ ହୋଇଯାଉଛି କି? ଏମିତି କରନ୍ତୁ ଟୁଥ୍‌ପେଷ୍ଟର ବ୍ୟବହାର

pi11

ନାଶପତି ଜୁସ୍‌

ଖଟା-ମିଠା ଲାଗିବା ସହ ନାଶପତିରେ ଆଣ୍ଟିଅକ୍ସିଡେଣ୍ଟ୍‌ସ ଏବଂ ମିନେରାଲ୍ସ ଅଧିକ ମାତ୍ରାରେ ମିଳିଥାଏ। ଏହି ଜୁସ୍‌ ଶରୀର ପାଇଁ ଆଦୌ ଭଲ ନୁହେଁ। କାରଣ, ଏଥିରେ ସର୍ବିଟୋଲ୍‌ ନାମକ ଖାସ୍‌ ସୁଗର ରହିଥାଏ, ଯାହାକି ଶରୀର ଭିତରେ ସହଜରେ ହଜମ କରି ନ ଥାଏ। ଏହାର ଜୁସ୍‌ ପିଇବାରେ ପେଟ ଯନ୍ତ୍ରଣା, ଗ୍ୟାସ୍‌, ଡାଇରିଆ, ବଦହଜମୀ ଆଦି ସମସ୍ୟା ଦେଖାଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.