ଖେଳ ହେଲା କାଳ! ବକ୍ସିଂ କରିବା ବେଳେ ରିଂରେ ଚାଲିଗଲା ବକ୍ସରଙ୍କ ଜୀବନ, ଦେଖନ୍ତୁ ଭିଡିଓ

ଖେଳ ହେଲା କାଳ। ଖେଳୁଥିବା ବେଳେ ହୃଦ୍‌ଘାତରେ ଜଣେ ଖେଳାଳୀଙ୍କ ଜୀବନ ଯାଇଛି। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୁଲଗେରିଆରେ। ବୁଲଗେରିଆର ସୋଫିଆରେ ବକ୍ସିଂ ମ୍ୟାଚ୍‌ ବେଳେ ଜଣେ ୨୧ ବର୍ଷୀୟ ବକ୍ସରର ମୃତ୍ୟୁ ଘଟିଛି। ରିଂରେ ବକ୍ସରଙ୍କ ମୃତ୍ୟୁ ପରେ ଏବେ ମ୍ୟାନେଜରଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଛି। ମାତ୍ର ବକ୍ସରଙ୍କ ମୃତ୍ୟୁ ପରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣାପଦାକୁ ଆସିଛି।

ଦେଖନ୍ତୁ ଭିଡିଓ:

ପ୍ରକୃତରେ ଯେଉଁ ବକ୍ସରଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ଯେ ଜୀବିତ ଅଛନ୍ତି। ଇସସ୍‌ ନାମକ ବକ୍ସରଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିବା ବେଳେ ଇସସ୍‌ଙ୍କ ଭାଇ ତାଙ୍କ ଲାଇସେନ୍ସରେ ଖେଳୁଥିବା ଜଣାପଡ଼ିଛି। ରିଙ୍ଗ୍‌ରେ ଇସସ୍‌ଙ୍କ ଭାଇ ବେରିସଙ୍କ ମୃତ୍ୟୁ ଘଟିଥିଲା।

ଏହାସହ ପଢ଼ନ୍ତୁ: ପୁଅ କହିଲା ରୟାଲ ଏନ୍‌ଫିଲ୍ଡ ଦିଅ, ବାପା ତିଆରି କଲେ ମିନି ବୁଲେଟ୍‌; ଭାଇରାଲ ହେଉଛି ଭିଡିଓ

ଇସସ୍‌ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ କିଛି ବର୍ଷ ଧରି ଭାଇ ବେରିସ୍‌ ତାଙ୍କ ଲାଇସେନ୍ସରେ ରିଙ୍ଗ୍‌ରେ ବକ୍ସିଂ କରି ଆସୁଥିଲେ। ସେ ନିଜ ନାଁକୁ ସାର୍ବଜନୀନ କରିବା ପୂର୍ବରୁ କିଛି ଅଭିଜ୍ଞତା ହାସଲ କରିବାକୁ ଚାହୁଁଥିଲେ ବୋଲି ଇସସ୍‌ କହିଛନ୍ତି। ତେବେ ଆର୍ଦିଟ ମୁରଜାଙ୍କ ବିପକ୍ଷରେ ଖେଳିବା ବେଳେ ବେରିସ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

Leave A Reply

Your email address will not be published.