ଜାଣନ୍ତୁ ରାମାୟଣର ୧୩ଟି ରହସ୍ୟମୟ କାହାଣୀ : ଲକ୍ଷ୍ମଣଙ୍କ ନିଦ ନେଲା କିଏ ? କାହିଁକି ରାବଣ କରିଥିଲା ସୀତା ହରଣ ?

ଭଗବାନ ରାମ ଓ ଦେବୀ ସୀତାଙ୍କ ଜୀବନ ଯାତ୍ରାର ବର୍ଣ୍ଣନା ଯେଉଁ ମହାକାବ୍ୟରେ କରାଯାଇଛି ତାହାକୁ ‘ରାମାୟଣ’ କୁହାଯାଏ । ଆମେ ମାନେ ତ ରାମାୟଣ ବିଷୟରେ କିଛି ଜାଣିଛେ ।  କିନ୍ତୁ ଏହା ବାଦ ରାମାୟଣର ଏମିତି କିଛି କାହାଣୀ ଅଛି ଯାହା ଏପର୍ଯ୍ୟନ୍ତ ସାଧାରଣରେ ପ୍ରକାଶିତ ହୋଇପାରି ନାହିଁ ।  ଆଜି ଆମେ ଏଠାରେ ଆପଣଙ୍କୁ ରାମାୟଣର ୧୩ଟି ଗୂଢ଼ କାହାଣୀ ବିଷୟରେ କହିବାକୁ ଯାଉଛୁ । ମୂଳ ରାମାୟଣର ରଚନା ଋଷି ବାଲ୍ମିକୀଙ୍କ ଦ୍ୱାରା ହୋଇଥିବା ବେଳେ ପରେ ସନ୍ଥ ତୁଳସୀ ଦାସ, ସନ୍ଥ ଏକନାଥ ମଧ୍ୟ ରାମାୟଣର ରଚନା କରିଥିଲେ । ଏହି ରଚନାମାନଙ୍କରୁ ଜଣା ଯାଇଛି ଯେ ରାମାୟଣର କାହାଣୀ ନିଶ୍ଚିତ ରୂପେ ଖ୍ରୀଷ୍ଟପୂର୍ବ ୪ର୍ଥ ବା ୫ମ ଶତାବ୍ଦୀରେ ହିଁ ହୋଇଥିଲା ।

 

୧. ରାମାୟଣର ପ୍ରତି ୧୦୦୦ ଶ୍ଳୋକ ପରେ ଆସୁଥିବା ପ୍ରଥମ ଅକ୍ଷରରେ ଗାୟତ୍ରୀ ମନ୍ତ୍ରର ଆରମ୍ଭ ହୋଇଥାଏ ।  ଗାୟତ୍ରୀ ମନ୍ତ୍ରରେ ସମୁଦାୟ ୨୪ଟି ଅକ୍ଷର ଥିବା ବେଳେ ରାମାୟଣରେ ସମୁଦାୟ ୨୪,୦୦୦ ଶ୍ଳୋକ ଥାଏ ।  ତେଣୁ କରି ଗାୟତ୍ରୀ ମନ୍ତ୍ରକୁ ରାମାୟଣର ସାର କୁହାଯାଇଥାଏ । ଗାୟତ୍ରୀ ମନ୍ତ୍ର ସର୍ବ ପ୍ରଥମେ ଋକ ବେଦରୁ ଆସିଥିବା ବିଶ୍ୱାସ କରାଯାଏ ।

୨. ଶ୍ରୀରାମ ଓ ତାଙ୍କ ଭାଇମାନଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି ।  କିନ୍ତୁ ଏମାନଙ୍କର ଯେ ଜଣେ ଭଉଣୀ ଥିଲା ତାହା ହୁଏତ ଖୁବ କମ ଲୋକ ଜାଣିଥିବେ । ହଁ ସେମାନଙ୍କର ଶାନ୍ତା ନାମକ ଏକ ଭଉଣୀ ଥିଲେ । ଯାହାଙ୍କ ଜନ୍ମ ଏହି ଚାରି ଭାଇଙ୍କ ଜନ୍ମର ବହୁ ପୂର୍ବରୁ ହୋଇଥିଲା । ଶାନ୍ତା ପ୍ରକୃତରେ ରାଜା ଦଶରଥ ଓ ମହାରାଣୀ କୌଶଲ୍ୟା ଙ୍କର ଝିଅ ଥିଲେ ।  ପୁରାଣ ଅନୁଯାୟୀ ଠାରେ ରାଜା ରୋମପାଦ ଓ ରାଣୀ ବର୍ଷିଣୀ ଅଯୋଧ୍ୟା ଆସିଥିଲେ ।  କିନ୍ତୁ ସେମାନଙ୍କର କୌଣସି ସନ୍ତାନ ନଥିଲେ ।  ତେଣୁ ଦଶରଥ ନିଜ ଝିଅ ଶାନ୍ତାଙ୍କୁ ତାଙ୍କୁ ଦେଇଦେଇଥିଲେ । ସେମାନେ ମଧ୍ୟ ଶାନ୍ତାଙ୍କର ଲାଳନ ପାଳନ ଖୁବ ଶ୍ରଦ୍ଧାର ସହ କରିଥିଲେ ।  ଥରେ ରାଜା ରାମପାଦ ତାଙ୍କ ଝିଅ ସହ ବସି କଥା ହେଉଥିବା ବେଳେ ଏକ ବ୍ରାହ୍ମଣ ତାଙ୍କ ଦ୍ୱାରକୁ ଆସିଥିଲେ ।  ସେ କ୍ଷେତରେ ପାଣି ମଡ଼ାଇବା ସମ୍ବନ୍ଧରେ ହିଁ କଥା ହେବାକୁ ଆସିଥିଲେ ।  କିନ୍ତୁ ତାଙ୍କ କଥା ରାଜା ନଶୁଣିବାରୁ ବ୍ରାହ୍ମଣଙ୍କ ଇଷ୍ଟ ଇନ୍ଦ୍ରଦେବ କ୍ଷୁବ୍ଧ ହୋଇ ରାଜ୍ୟରେ ବର୍ଷା କରାଇ ନଥିଲେ । ଋଷି ଋଷ୍ୟଶୃଙ୍ଗଙ୍କ ସାହାଯ୍ୟରେ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରାଇ ବର୍ଷା କରାଯାଇଥିଲା ।  ତେଣୁ ପରେ ଋଷ୍ୟଶୃଙ୍ଗଙ୍କ ସହ ଶାନ୍ତାଙ୍କର ବିବାହ ହୋଇଥିଲା । ଆଜି ପର୍ଯ୍ୟନ୍ତ ଅଯୋଧ୍ୟା ରୁ ୩୯ କିମି ଦୂରରେ ଋଷିଙ୍କର ଆଶ୍ରମ ରହିଅଛି ।

୩. ଭଗବାନ ରାମଙ୍କୁ ତ ସ୍ୱୟଂ ନାରାୟଣଙ୍କ ଅବତାର କୁହାଯାଇଥାଏ ।  ସେତେବେଳେ ଆପଣ କଣ ଜାଣନ୍ତିକି ତାଙ୍କର ଆଉ ତିନି ଭାଇ କାହାର କାହାର ଅବତାର । ଲକ୍ଷ୍ମଣଙ୍କୁ ଶେଷ ନାଗଙ୍କ ଅବତାର ଓ ଅନ୍ୟ ଦୁଇ ଭାଇଙ୍କୁ ନାରାୟଣଙ୍କ ହସ୍ତରେ ଥିବା ସୁଦର୍ଶନ ଚକ୍ର ଓ ଶଙ୍ଖ ଶୈଳର ଅବତାର ଭାବେ ଗଣନା କରାଯାଇଥାଏ ।

୪. ରାମ ସ୍ଵୟଂବରରେ ଶିବଙ୍କ ‘ପିନାକ’ ଧନୁକୁ ଭାଙ୍ଗି ହିଁ ସୀତାଙ୍କୁ ବିବାହ କରିଥିଲେ । ଶିବଙ୍କ ଏହି ଧନୁ ବିଷୟରେ ହୁଏତ ଅନେକଙ୍କୁ ଜଣା ନଥିବ | ବହୁ ରାଜ କୁମାର ଶତ ଚେଷ୍ଟା କରିବି ଏହାକୁ ଦୁଇ ଖଣ୍ଡ କରି ପାରି ନଥିଲେ ।

୫. ୧୪ ବର୍ଷର ବନବାସ ସମୟରେ ପ୍ରତି କ୍ଷଣରେ ନିଜ ଭାଇ ଓ ଭାଉଜଙ୍କ ରକ୍ଷା କରିବା ପାଇଁ ଲକ୍ଷ୍ମଣ କେବେ ମଧ୍ୟ ଶୋଇନଥିଲେ ।  ତେଣୁ ତାଙ୍କୁ ‘ଗୁଡ଼ାକେଶ’ ନାମରେ ମଧ୍ୟ ଜଣାଯାଏ ।  ନିଜ ବନବାସର ପ୍ରଥମ ଦିନ ଲକ୍ଷ୍ମଣ ନିଦ୍ରା ଦେବୀଙ୍କ ଠାରୁ ଏହି ବର ମାଗିଥିଲେ ।  ଏହି ବର ଯୋଗୁଁ ହିଁ ୧୪ ବର୍ଷର ଦୀର୍ଘ ବନବାସ ସମୟରେ ଲକ୍ଷ୍ମଣଙ୍କୁ କେବେ ମଧ୍ୟ ନିଦ ଆସିନଥିଲା ।  କିନ୍ତୁ ନିଦ୍ରା ଦେବୀଙ୍କ ବରଦାନ ଅନୁଯାୟୀ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳା ଲକ୍ଷ୍ମଣଙ୍କ ବଦଳରେ ଦୀର୍ଘ ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥିଲେ ।

୬.ଆପଣମାନେ ସମସ୍ତେ ତ ରାମଙ୍କ ବନବାସ ସମ୍ବନ୍ଧରେ ଜାଣିଛନ୍ତି । କିନ୍ତୁ ଜାଣନ୍ତି କି ଏହି ସମୟରେ ସେମାନେ କେଉଁଠାରେ ରହୁଥିଲେ । ସେମାନେ ଏହି ସମୟରେ ଦଣ୍ଡକାରଣ୍ୟ ନାମକ ଏକ ଅରଣ୍ୟରେ ହିଁ ରହୁଥିଲେ । ଏବେକାର ରାଜ୍ୟ ଓଡିଶା, ମହାରାଷ୍ଟ୍ର, ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ଏହି ଅରଣ୍ୟର କିଛି କିଛି ଭାଗ ରହିଅଛି । ଏହି ଅରଣ୍ୟଟି ୩୫,୬୦୦ ବର୍ଗ କିଲୋମିଟର ସ୍ଥାନରେ ହିଁ ଥିଲା । ଏହି ସମୟରେ ସେଠାରେ ବହୁ ଭୟଙ୍କର ରାକ୍ଷସ ବାସ କରୁଥିଲେ ।

୭. ଆପଣମାନେ ତ ରାମାୟଣର ‘ଲକ୍ଷ୍ମଣ ରେଖା’ ବିଷୟରେ ନିଶ୍ଚିତ ରୂପେ ଜାଣିଥିବେ । ଏହି ମହାକାବ୍ୟରେ ‘ଲକ୍ଷ୍ମଣ ରେଖା’ ହିଁ ଅଧିକ ଗୁରୁତ୍ୱ ବହନ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ବାଲ୍ମିକୀ ରାମାୟଣରେ ଏ ବିଷୟରେ କିଛି ବି ବର୍ଣ୍ଣନା କରାଯାଇ ନାହିଁ । ଏମିତିକି ତୁଳସୀ ଦାସଙ୍କ ରଚିତ ରାମ ଚରିତ ମାନସରେ ବି ଏ ବିଷୟରେ କିଛି କୁହାଯାଇ ନାହିଁ ।

୮.ରାବଣ ଅସୁରମାନଙ୍କର ରାଜା ଥିଲେ ।  କିନ୍ତୁ ନିଜର ୧୦ଟି ଶିର ଥିବା କାରଣରୁ ସେ ଛୋଟ ବେଳେ ସେ ସମସ୍ତଙ୍କୁ ଡରୁଥିଲେ । କିନ୍ତୁ ରାବଣଙ୍କର ଭଗବାନ ଶିବଙ୍କ ପ୍ରତି ଗଭୀର ବିଶ୍ୱାସ ଥିଲା । କିନ୍ତୁ ଆପଣ ଜାଣନ୍ତି କି ରାବଣର ଧ୍ଵଜାରେ ବୀଣାର ଚିହ୍ନ କାହିଁକି ଥିଲା ।  ପ୍ରକୃତରେ ରାବଣ ଜଣେ ଭଲ ବୀଣା ବାଦକ ଥିଲେ । ନିଜର ଏହି କଳାକୁ ରାବଣ ଅଧିକ ଲୋକଲୋଚନକୁ ଆଣିନଥିଲେ ମଧ୍ୟ ତାଙ୍କୁ ବୀଣା ବଜାଇବା ଖୁବ ପସନ୍ଦ ଥିଲା ।

୯. କୁମ୍ଭକର୍ଣ୍ଣଙ୍କ ନିଦ ବିଷୟରେ ତ ସମସ୍ତଙ୍କୁ ଜଣା । ପୁରାଣ ଅନୁଯାୟୀ କୁମ୍ଭକର୍ଣ୍ଣ ଦୀର୍ଘ ୬ ମାସ ଧରି ଶୋଇ ରହୁଥିଲେ ।  ୬ ମାସ ପରେ କେବଳ ଗୋଟେ ଦିନ ପାଇଁ ଖାଦ୍ୟ ଖାଇବାକୁ ଉଠୁଥିଲେ । ଖାଦ୍ୟ ଖାଇ ପୁଣି ୬ ମାସ ପାଇଁ ଶୋଇ ପଡୁଥିଲେ । ପ୍ରଜାପତି ବ୍ରହ୍ମାଙ୍କ ଠାରୁ ଏକ ବର ପାଇଥିବା କାରଣରୁ ହିଁ କୁମ୍ଭ କର୍ଣ୍ଣଙ୍କ ସହ ଏପରି ହେଉଥିବା ଜଣା ଯାଏ ।

୧୦.ପୁରାଣ ଅନୁଯାୟୀ ରାମ ଓ ‘ଲକ୍ଷ୍ମଣ ଲଙ୍କା ଉପରେ ବିଜୟ ପାଇବା ପାଇଁ ସମୁଦ୍ର ମଧ୍ୟରେ ଏକ ସେତୁର ନିର୍ମାଣ କରିଥିଲେ ।  ପୁରାଣ ଅନୁଯାୟୀ ଏହି କାହାଣୀ ପ୍ରାୟ ୧୭୫୦୦୦୦ ବର୍ଷ ପୁରୁଣା ।  କିନ୍ତୁ ନିକଟରେ ଆମେରେକିୟ ମହାକାଶ ସଂସ୍ଥା ନାସା ଭାରତ ଓ ଶ୍ରୀଲଙ୍କାକୁ ଯୋଡ଼ୁଥିବା ଏକ ମାନବ ନିର୍ମିତ ସେତୁର ଆବିଷ୍କାର କରିଛନ୍ତି । ରାମାୟଣର ସେହି ସେତୁ ସହ ନାସା ଦ୍ୱାରା ଠାବ ହୋଇଥିବା ଏହି ସେତୁର ବହୁ ସାମଞ୍ଜସ୍ୟ ରହିଅଛି । ନାସା ଦ୍ୱାରା ବାହାରିଥିବା ଏହି ପୋଲକୁ ‘ଆଦମ କା ପୁଲ’ ବୋଲି ନାମ ଦିଆଯାଇଛି ।

୧୧.ରାବଣ ଖାଲି ଜଣେ ଭଲ ଯୋଦ୍ଧା ନଥିଲେ ସେ ମଧ୍ୟ ଜଣେ ମହା ପଣ୍ଡିତ ମଧ୍ୟ ଥିଲେ । ଯେତେବେଳେ ସେ ଦେବୀ ସୀତାଙ୍କର ଅପହରଣ କରିଥିଲେ ତାଙ୍କ ଭାଇମାନେ ସୀତାଙ୍କୁ ଫେରେଇ ଦେବା ପାଇଁ କହିଥିଲେ । କିନ୍ତୁ ରାବଣ ରାମ ଓ
ଲକ୍ଷ୍ମଣଙ୍କ ହାତରେ ମରି ମୋକ୍ଷ ପ୍ରାପ୍ତି ହେବାକୁ ଚାହିଁଥିଲେ । ରାବଣଙ୍କ ଯୁକ୍ତି ଥିଲା ଯଦି ସେମାନେ ପ୍ରକୃତ ଦେବତା ହୋଇଥିବେ ତେବେ ତାଙ୍କ ହାତରେ ମରି ସେ ନିଶ୍ଚିତ ରୂପେ ମୋକ୍ଷ ପାଇଯିବେ ।

ଏହା ସହ ପଢନ୍ତୁ:

ଇତିହାସର ଏହି ଦୁଇ ରାଣୀ ଥିଲେ ଅପୂର୍ବ ସୁନ୍ଦରୀ, ଯାହାଙ୍କୁ ପାଇବାକୁ ରାଜାମାନେ କରିଥିଲେ ଏପରି କାମ

୧୨.ଥରେ ରାମ ଓ ଧର୍ମ ରାଜ ଯମଙ୍କ ମଧ୍ୟରେ ବାର୍ତ୍ତାଲାପ ଚାଲିଥିଲା ।  କିନ୍ତୁ ଯମଙ୍କର ଯୁକ୍ତି ଥିଲା କି କେହି ବି ଏହି ସମୟରେ ପ୍ରବେଶ କରିପାରିବେ ନାହିଁ ।  ଯଦି କରିବେ ନିଶ୍ଚିତ ରୂପେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେବେ।  ତେଣୁ ରାମ ଲକ୍ଷ୍ମଣଙ୍କୁ ଦ୍ୱାରପାଳ କରି ଛିଡା କରିଥିଲେ ।  କିନ୍ତୁ ସେହି ସମୟରେ ଋଷି ଦୁର୍ବାସା ଆସିବାରୁ ଲକ୍ଷ୍ମଣ ତାଙ୍କୁ ବିନମ୍ରତାର ସହ ମନା କରି ଦେଇଥିଲେ ।  ଏଥିରେ ଦୁର୍ବାସା କ୍ରୋଧିତ ହୋଇ ପୁରା ନଗରକୁ ଅଭିଶାପ ଦେବାକୁ ଯାଉଥିଲେ ।  କିନ୍ତୁ ଋଷିଙ୍କ ଅଭିଶାପରୁ ନଗରକୁ ରକ୍ଷା କରିବାକୁ ଯାଇ ଲକ୍ଷ୍ମଣ ନିଜେ ଜଳ ସମାଧି ନେଇଥିଲେ ।

୧୩. ଏହା କୁହାଯାଇଥାଏ ଯେ ଯେତେବେଳେ ସୀତା ଧରିତ୍ରୀ ଫଟାଇ ତା ମଧ୍ୟରେ ପ୍ରବେଶ କରିଥିଲେ । ତା ପରେ ପରେ ହିଁ ରାମ ସରଜୁ ନଦୀରେ ଜଳ ସମାଧି ନେଇ ପୃଥିବୀ ଲୋକ ତ୍ୟାଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.