ଯେବେଠାରୁ ବାଥରୁମରେ ପାଶ୍ଚାତ୍ୟ ସଭ୍ୟତାର ବ୍ୟବହାର ହୋଇଛି ସକାଳୁ ଲୋକମାନେ ଏଠାରେ ଖବର କାଗଜ ପଢିବା ଠାରୁ ନେଇ ମୋବାଇଲ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି । ଯେତେବେଳେ ମୋବାଇଲର ବହୁଳ ବ୍ୟବହାର ନଥିଲା ସେତେବଗେଲେ ଲୋକମନେ ଏଠାରେ ଖବର କାଗଜ ବା ମାଗାଜିନ ପଢୁଥିଲେ କିନ୍ତୁ ମୋବାଇଲ ଆସିବା ପରେ ବାଥରୁମରେ ସପିଂ, ଚାଟିଂ ଏସବୁ ସାଧାରଣ କଥା ହୋଇଯାଇଛି । କିନ୍ତୁ ଡାକ୍ତରମାନଙ୍କ ମତରେ କମୋଡ଼ ଉପରେ ବସି ମୋବାଇଲର ବ୍ୟବହାର କରିବା ଆମ ସ୍ୱାସ୍ଥ୍ୟପାଇଁ ବହୁତ କ୍ଷତିକାରକ ଅଟେ ।
ଏହାସହ ପଢନ୍ତୁ ନୂଆକରି ଜନ୍ମ ଦେଇଥିବା ମହିଳାଙ୍କ ଯତ୍ନ ନେବା ପାଇଁ ଖାଇବାରେ ସାମିଲ କରନ୍ତୁ ଏହିସବୁ
ଡ଼ାକ୍ତରମାନଙ୍କ କହିବା ଅନୁଯାୟୀ ମୋବାଇଲ ଯୋଗୁଁ ଆମେ କମୋଡ଼ ଉପରେ ଆବଶ୍ୟକତା ଠାରୁ ଅଧିକ ସମୟ ବସିଥାଉ । ଯେଉଁ କାରଣରୁ ହ୍ୟାମରାୟେଡ଼ସ ଓ ପାଇଲ୍ସର ଆଶଙ୍କା ବୃଦ୍ଧି ପାଇଥାଏ । କାରଣ ଅଧିକ ସମୟ ପର୍ଯ୍ୟନ୍ତ ବାଥରୁମରରେ ବସି ମୋବାଇଲର ବ୍ୟବହାର କରିବା ଦ୍ୱାରା ଏହା ଶରୀରର ଏନସ ଏବଂ ଲୋଅର ରେକ୍ଟମର ମାଂସପେଶୀ ଉପରେ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ପାଇଲ୍ସର ଆଶଙ୍କା ବୃଦ୍ଧି ପାଇଥାଏ ।
ପୂର୍ବରୁ ଖାଇବା ପିଇବାରେ ଅନିୟମିତତା ଏବଂ ମସଲାଯୁକ୍ତ ଖାଦ୍ୟ ପାଇଲ୍ସର କାରଣ ବୋଲି କୁହାଯାଉଥିଲା କିନ୍ତୁ ଏହି କିଛି ବର୍ଷ ମଧ୍ୟରେ ବାଥରୁମରେ ବସି ମୋବାଇଲର ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ମଧ୍ୟ ଏହି ରୋଗ ହେଉଥିବାର ଦେଖାଯାଇଛି । ବ୍ରିଟେନରେ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ ସେଠାକାର ୫୭ ପ୍ରତିଶତ ଲୋକ ବାଥରୁମରେ ବସି ମୋବାଇଲର ବ୍ୟବହାର କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ କିଛିଲୋକ ଯେଉଁମାନେ ଲଗାତର କମୋଡ଼ ଉପରେ ବସି ମୋବାଇଲର ବ୍ୟବହର କରିଥାନ୍ତି । ଏହିଭଳି ଲୋକମାନଙ୍କଠାରେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ସହିତ ପାଇଲ୍ସ ମଧ୍ୟ ଦେଖାଯାଇଥିଲା ।