ସାରା ରାଜ୍ୟରେ ଅସହ୍ୟ ତାତି : ୮ଟି ଜିଲ୍ଲାରେ ୨୪ଘଣ୍ଟା ପାଇଁ ହିଟ୍‌ୱେଭ୍‌ ସତର୍କତା

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆହୁରି ସପ୍ତାହେ ଏଭଳି ପାଗ ଲାଗି ରହିବ ।

ଭୁବନେଶ୍ବର  : ସାରା ରାଜ୍ୟରେ ଅସହ୍ୟ ତାତି । ଆକାଶରୁ ପାଣି ବଦଳରେ ବର୍ଷୁଛି ନିଆଁ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆହୁରି ସପ୍ତାହେ ଏଭଳି ପାଗ ଲାଗି ରହିବ । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ୮ଟି ଜିଲ୍ଲାରେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର, କଟକ, ଚାନ୍ଦବାଲି,ଅନୁଗୁଳ, ଟିଟିଲାଗଡ଼, ଭବାନୀପାଟଣା ଓ ବାରିପଦାରେ ସତର୍କତା ଜାରି କରାଯାଇଛି। ମୌସୁମୀ ଦୁର୍ବଳ ହେବାରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତାତି ସାଙ୍ଗକୁ ଗୁଳୁଗୁଳି। ଅଧିକାଂଶ ସହରରେ ପାରଦ ୪୦ ପାଖାପାଖି ରହିଛି । ଗତ ୮ ତାରିଖରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାର କିଛିସ୍ଥାନରେ ଦିନେ ଦୁଇଦିନ ବର୍ଷା ହୋଇଥିଲା । ଏହାପରେ ମୌସୁମୀ କୁଆଡେ ଉଭେଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.