ନବରାତ୍ର ସମୟରେ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ନିଜକୁ ଏପରି ସଜାନ୍ତୁ

ନବ ରାତ୍ରି ସମୟରେ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଇ ଥାଏ । ଏହି ୯ ଦିନ ଭିତରେ ସମସ୍ତେ ମାଙ୍କୁ ସନ୍ତୁଷ୍ଟ କରିବାକୁ ନିଜ ନିଜ ସାଧ୍ୟ ମତେ ଚେଷ୍ଟା କରିଥାନ୍ତି । ଏହି ଦିନ ମାନଙ୍କରେ ମା ଦୁର୍ଗାଙ୍କୁ ୧୬ଟି ଶୃଙ୍ଗାରରେ ସଜା ଯାଇଥାଏ । କିନ୍ତୁ ଆପଣ ମାନେ ବହୁ ସମୟରେ ଘରର ବଡ ମାନଙ୍କୁ ବିଶେଷ ପୂଜା ମାନଙ୍କରେ ଭିଭିନ୍ନ ଶୃଙ୍ଗାର ମାନ ବ୍ୟବହାର କରି ସଜ ହେବାର ପରାମର୍ଶ ଦେଉଥିବାର ଶୁଣୁଥିବେ । କିନ୍ତୁ କଣ ଆପଣ

ଏହା ପଛର ପ୍ରକୃତ କାରଣ କଣ:

ପ୍ରକୃତରେ ୧୬ ଶୃଙ୍ଗାର ଘରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ । ଏମିତିକି ରୃକ ବେଦରେ ମଧ୍ୟ ଏହି ୧୬ ଶୃଙ୍ଗାର ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ନିଜ ଭାଗ୍ୟର ଉନ୍ନତିରେ ମଧ୍ୟ ଏହା ଲାଭ ପ୍ରଦ ହୋଇଥାଏ । ମହିଳା ମାନେ ମା ଭଗବତୀଙ୍କୁ ଖୁସି କରିବା ପାଇଁ ଏହି ୧୬ ଶୃଙ୍ଗାରରେ ସଜ ହେବା ନିହାତି ଆବଶ୍ୟକ ବୋଲି ଧରାଯାଏ ।
ଆସନ୍ତୁ ଜାଣିବା ଏହି ୧୬ ଶୃଙ୍ଗାର ସମ୍ପର୍କରେ କିଛି ତଥ୍ୟ:

ବିନ୍ଦି:

ନିଜ ମଥାରେ ବିନ୍ଦି ଲଗାଇବାକୁ ପବିତ୍ର ମନାଯାଇଥାଏ । ସଧବା ସ୍ତ୍ରୀ ଲୋକ ମାନେ ନିହାତି ଭାବେ ନିଜ ମଥାରେ ଲାଲ ରଙ୍ଗର ବିନ୍ଦି ଲଗାଇବା ଉଚିତ । ଏହା ବଦଳରେ ଆପଣ ବଜାରରେ ମିଳୁଥିବା ଟିକିଲି ମଧ୍ୟ ବ୍ୟବହାର କରିପାରିବେ ।

ସିନ୍ଦୁର:

ସିନ୍ଦୁରକୁ ସଧବା ନାରୀର ପ୍ରତୀକ ଭାବେ ଧରା ଯାଇଥାଏ । ଏହାର ବ୍ୟବହାରରେ ସ୍ୱାମୀ ମାନଙ୍କର ଆୟୁ ବୃଦ୍ଧି ହେଉଥିବାର ମଧ୍ୟ ବିଶ୍ୱାସ ରହିଅଛି ।

କାଜଲ:

ଆଖିର ଅନ୍ୟତମ ମୁଖ୍ୟ ଅଳଙ୍କାର ହେଉଛି କାଜଲ । ଏହା ଆଖିର ସୌନ୍ଦର୍ଯ୍ୟ ବଢାଇବା ସହ ଏହାକୁ ସୁସ୍ଥ ମଧ୍ୟ ରଖିଥାଏ ।

ମେହେନ୍ଦି:

ହାତରେ ମେହେନ୍ଦି ନ ଲଗେଇଲେ ହୁଏତ ନାରୀର ସୌନ୍ଦର୍ଯ୍ୟ ପୁରା ହୋଇନଥାଏ । କୌଣସି ବିଶେଷ ଅବସରରେ ମହିଳା ମାନେ ନିଜ ହାତରେ ମେହେନ୍ଦି ଲଗାଇବାକୁ ଭୁଲି ନଥାନ୍ତି । ସାଧାରଣରେ ଏକ ବିଶ୍ୱାସ ଅଛି ଯେ ହାତର ମେହେନ୍ଦି ଯେତେ ଗାଢ଼ ହୋଇଥାଏ ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କୁ ସେତେ ଭଲ ପାଇଥାନ୍ତି ।

ଲାଲ ରଙ୍ଗର ବସ୍ତ୍ର:

ଲାଲ ବସ୍ତ୍ର ମା ଦୁର୍ଗା ଙ୍କର ଅତି ପ୍ରିୟ ହୋଇଥାଏ । ତେଣୁ ନବରାତ୍ରର ପ୍ରତି ଦିନ ମହିଳା ମାନେ ଲାଲ ରଙ୍ଗର ବସ୍ତ୍ର ପିନ୍ଧି ମାଙ୍କର ପୂଜା କରନ୍ତୁ ।

ଗଜରା:

ଗଜରା ଖାଲି କେଶର ଶୋଭା ବଢାଇନଥାଏ ମୁଖ ମଣ୍ଡଳର ଶୋଭା ମଧ୍ୟ ବଢାଇଥାଏ । ମା ଦୁର୍ଗାଙ୍କୁ ମୋଗ୍ରା ଫୁଲ ଅଧିକ ପସନ୍ଦ । ତେଣୁ ଏହି ସମୟରେ ଏହି ଫୁଲର ଗଜରା ବ୍ୟବହାର କରିବା ଉତ୍ତମ ହୋଇଥାଏ ।

ସିନ୍ଥୀ:

ବିଶ୍ୱାସ ଅଛି ମଥାରେ ସିନ୍ଥୀ ଲଗାଇବା ଦ୍ୱାରା ବୈବାହିକ ଜୀବନ ଠିକ ରାସ୍ତାରେ ଚାଲିଥାଏ ।

ନାକ ଫୁଲ:

ନାକରେ ନାକ ଫୁଲ ଲଗାଇବା ମଧ୍ୟ ଅତି ଉତ୍ତମ ହୋଇଥାଏ । ପୂର୍ବ ଚଳିତ ଏକ ପ୍ରଥା ଅନୁଯାୟୀ ନାକରେ ନାକ ଫୁଲ ପିନ୍ଧିବା ଏକ ସଧବା ନାରୀ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

କାନ ଫୁଲ:

କାନରେ କାନ ଫୁଲ ପିନ୍ଧିବା ଦ୍ୱାରା ମୁଖମଣ୍ଡଳର ଶୋଭା ୧୦ ଗୁଣା ବଢିଥାଏ । ମୁଖରେ ଏକ ବିଶେଷ ଧରଣର ଚମକ ମଧ୍ୟ ଆସିଥାଏ । ବିଶ୍ୱାସ କରାଯାଏ କି ବାହାଘର ପରେ ଘରର ବହୁ ଶାଶୁ ଘରେ ତଥା ନିଜ ସ୍ୱାମୀଙ୍କ ନୀତି ଅନୁଯାୟୀ ହିଁ କାମ କରିଥାଏ ।

ମଙ୍ଗଳ ସୂତ୍ର:

ମଙ୍ଗଳ ସୂତ୍ର ସଧବା ନାରୀର ପ୍ରକୃତ ଗହଣା ହୋଇଥାଏ । ଏଥିରେ ଲାଗିଥିବା କଳା ମାଳି ମହିଳା ମାନଙ୍କୁ ଦୁଷ୍ଟ କୋପରୁ ରକ୍ଷା କରୁଥିବା ବିଶ୍ୱାସ କରାଯାଏ ।

ଆର୍ମ ଲେଟ:

ବିଶ୍ୱାସ ଅଛି ଯେ ମହିଳା ମାନେ ଯଦି ହାତର ବାହୁରେ ଆର୍ମ ଲେଟ ପିନ୍ଧିବେ ତେବେ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ହାତର ଚୁଡ଼ି:

ଚୁଡ଼ି ପିନ୍ଧିବା ବିନା ମହିଳା ମାନଙ୍କର ଶୃଙ୍ଗାର କେବେ ମଧ୍ୟ ପୂର୍ଣ୍ଣ ହୋଇପାରିବ ନାହିଁ । ଭିନ୍ନ ଭିନ୍ନ ରଙ୍ଗର ଚୁଡ଼ିର ଭିନ୍ନ ଭିନ୍ନ ମାନେ ରହିଥାଏ । ଲାଲ ଚୁଡ଼ି ସୁଖର ପ୍ରତୀକ ହୋଇଥିବା ବେଳେ ସବୁଜ ଚୁଡ଼ି ଧନ ବୃଦ୍ଧିର ଲକ୍ଷଣ ହୋଇଥାଏ ।

ହାତର ମୁଦି:

ହାତର ମୁଦିକୁ ସ୍ୱାମୀ ସ୍ତ୍ରୀ ଙ୍କର ପରସ୍ପରର ବିଶ୍ୱାସ ଓ ଭଲ ପାଇବାକୁ ସୂଚିତ କରିଥାଏ । ହିଁ ବିଷୟରେ ପବିତ୍ର ରାମାୟଣରେ ମଧ୍ୟ ସୂଚିତ କରାଯାଇଛି ।

ଅଂଟା ବିଛା:

ସାଧାରଣ ଭାବେ ଅଂଟାରେ ଅଂଟା ବିଛା ପିନ୍ଧିବା ଦ୍ୱାରା ମହିଳା ମାନେ ସେଥିରେ ନିଜ ଘରର ଛବି କୁ ସେଥିରେ ଝୁଲାଇପାରନ୍ତି । ଏହା ସୁଚିତ କରିଥାଏ କି ଏବେ ମହିଳା ମାନେ ଘରର ପ୍ରକୃତ ମାଲିକାଣି ହୋଇସାରିଛନ୍ତି ।

ପାଦର ଝୁଣ୍ଟିଆ:

ସାଧାରଣରେ ଏକ ଲୋକ କଥା ଅଛିକି ପାଦର ଝୁଣ୍ଟିଆ ପିନ୍ଧିବା ଦ୍ୱାରା ନିଜର ତଥା ନିଜ ପରିବାର ପ୍ରତି ଆସୁଥିବା କୌଣସି ପ୍ରକାର ବିପଦକୁ ମହିଳା ମାନେ ଦୃଢତାର ସହ ସାମ୍ନା କରିପାରିବେ ।

 

ପାଦର ପାଉଁଜି:

ପାଦର ପାଉଁଜି କଥା ଭୁଲିବା ଜମା ଉଚିତ ନୁହେଁ । କିନ୍ତୁ ସବୁବେଳେ ପାଦରେ ରୂପାରେ ତିଆରି ପାଉଁଜି ହିଁ ପିନ୍ଧିବା ଉଚିତ । ସୁନାର ପାଉଁଜି ପିନ୍ଧିଲେ ମା ଲକ୍ଷ୍ମୀ ଙ୍କର ଅପମାନ ହେଉଥିବା ଧରାଯାଇଥାଏ ।

ହଁ ଆଉ ଏକ କଥା ସବୁବେଳେ ମନେ ରଖିବା ଉଚିତ କେବେ ମଧ୍ୟ କୌଣସି ପାର୍ବଣ ସମୟରେ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଏହି ରଙ୍ଗକୁ ସାଧାରଣରେ ଅତ୍ୟନ୍ତ ଅଶୁଭ ବୋଲି ଧରାଯାଇଥାଏ ।

ଏହା ସହ ପଢନ୍ତୁ: ଦୁଇ ପାଖୁଡ଼ା ଗୋଲାପ ଫୁଲରେ ଗୁଜୁରାତି ପେସି ସକାଳୁ ନିୟମିତ କରନ୍ତୁ ସେବନ, ପୁଣି ଦେଖନ୍ତୁ ଚମତ୍କାରିତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.