ଟାଙ୍ଗୀ ବ୍ରାହ୍ମଣଭୋଗ ଗାଁରେ ଚୋରି କରିବାକୁ ଆସି ଧରାପଡ଼ି ଛେଚା ଖାଇଲା ଚୋର

କଟକ(କେନ୍ୟୁଜ୍) : ଚୋରି କରିବାକୁ ଆସି ଧରାପଡ଼ି ଛେଚା ଖାଇଲା ଚୋର। ଶେଷରେ ଚୋରକୁ ପୋଲିସ ଜିମା ଦେଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ହରିଅନ୍ତା ପଞ୍ଚାୟତ ବ୍ରାହ୍ମଣଭୋଗ ଗାଁରେ। ଗତକାଲି ବିଳମ୍ବିତ ରାତିରେ ୩ଜଣ ଚୋର ଏକ ଅନ୍ଧାରୁଆ ସ୍ଥାନରେ ଚୋରି କରିବାକୁ ଯୋଜନା କରୁଥିବା ବେଳେ ଜଣେ ମହିଳା ସେମାନଙ୍କୁ ଦେଖି ଚିତ୍କାର କରିଥିଲେ। ମହିଳାଙ୍କ ଉପରେ ଚୋରମାନେ ଆକ୍ରମଣ କରୁଥିବା ବେଳେ ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀମାନେ ସେମାନଙ୍କୁ କାବୁ କରି ନେଇଥିଲେ। ତେବେ ୨ଜଣ ଚୋର ସେଠାରୁ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଧରାପଡ଼ିଥିବା ଚୋରକୁ ନିସ୍ତୁକ ମାଡ଼ ମାରିଥିଲେ। ସକାଳୁ ପୋଲିସ ଖବର ପାଇବା ପରେ ଚୋରକୁ ଗିରଫ କରିବା ସହ ବାଇକକୁ ଜବତ କରିଛି। ତଦନ୍ତ ସରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.