ବୈଜ୍ଞାନିକମାନେ ସନ୍ଧାନ ସମୟରେ ଏପରି କିଛି ଜିନିଷ ପାଇଥାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଭୂମଧ୍ୟ ସାଗରରେ ବୈଜ୍ଞାନିକମାନଙ୍କୁ ଏଭଳି କିଛି ମିଳିଛି, ଯାହା ଆପଣଙ୍କୁ ମଧ୍ୟ ଚକିତ କରିଦେବ। ସେମାନେ ଏଠାରେ ଏକ ମହାଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହାର ନାମ ଗ୍ରେଟର ଏଡ୍ରିୟା ରହିଛି। ଏହା ଆଟଲାଣ୍ଟିସର ହଜିଯାଇଥିବା ସହର ବୋଲି ବୈଜ୍ଞାନିକ କହିଛନ୍ତି।
ଗତ ମାସରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଗ୍ରୀନଲ୍ୟାଣ୍ଡ ଆକାରର ଏହି ମହାଦ୍ୱୀପ ( ଗ୍ରେଟର ଏଡ୍ରିୟା) ପାଖାପାଖି ୧୪ କୋଟି ବର୍ଷ ପୂର୍ବେ ଉତ୍ତର ଆଫ୍ରିକାର ଅଲଗା ହୋଇ ଭୂମଧ୍ୟ ସାଗରେ ବୁଡି ଯାଇଥିଲା। ଏହି ହଜିଥିବା ମହାଦ୍ୱୀପକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଛୁଟି କଟାଇବାକୁ ଆସିଥାନ୍ତି।
ଅନୁସନ୍ଧାନରୁ ଜଣାପଡିଛି ଏହି ଗ୍ରେଟର ଏଡ୍ରିୟାର ଅଧିକାଂଶ ପର୍ବତ ଶୃଙ୍ଖଳା ଏକଲ ମହାଦ୍ୱୀପରୁ ଉତ୍ପନ୍ନ ହୋଇଥିଲା ଏବଂ ପର୍ବତଗୁଡିକ ୨୦ କୋଟି ବର୍ଷ ପୂର୍ବେ ଉତ୍ତର ଆଫ୍ରିକା ଠାରୁ ଅଲଗା ହୋଇଥିଲା। ଏହି ମହାଦ୍ୱୀପରେ ଥିବା ଏକମାତ୍ର ପଟୀ ରହିଛି, ଯାହା ଇଟାଲୀ ଏବଂ ୟୁରିନ ସହର ଦେଇ ଏଡ୍ରିୟାଟିକ ସାଗର ପର୍ଯ୍ୟନ୍ତ ଯାଇଥାଏ।
ବୈଜ୍ଞାନିକଙ୍କ କହିବା ମୁତାବକ, ଗ୍ରେଟର ଏଡ୍ରିୟାର ଅଧିକାଂଶ ଭାଗ ପାଣି ମଧ୍ୟରେ ରହିଛି, ଯାହା ସମୁଦ୍ର ମଧ୍ୟରେ ପ୍ରବାଳ, ଶୈବାଳ ଏବଂ ଅନ୍ୟ ସବୁ ସାମୁଦ୍ରିକ ଜିନିଷରେ ଢାଙ୍କି ହୋଇ ରହିଛି। ଏହି ଚଟାଣ ଧୀରେ ଧୀରେ ପର୍ବତ ଶୃଙ୍ଖଳାରେ ପରିବର୍ତ୍ତନ ହୋଇଯାଇଛି।