ଜଗତସିଂହପୁର : ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସ୍କୁଲ ଘରେ ଅଜଣା ବ୍ୟକ୍ତିଙ୍କୁ ଦୁର୍ବୃତ୍ତ ଜୀଅନ୍ତା ଜାଳିଦେଇଥିବା ସନ୍ଦେହ

ଜଗତସିଂହପୁର (କେନ୍ୟୁଜ୍) : ଅଜଣା ବ୍ୟକ୍ତିର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବାଲିଗୁଦା ଥାନା ଦାଗାଁରେ ଥିବା ସ୍କୁଲ ଘରର ବାତ୍ୟା ଆଶ୍ରୟସ୍ଥଳୀରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକେ ପ୍ରଥମେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କେହି ଦୁର୍ବୃତ୍ତ ତାଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବାଲିକୁଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.