ଅନୁଗୁଳ : ରାସ୍ତା ଖରାପ ଯୋଗୁଁ ଆସିଲାନି ଆମ୍ବୁଲାନ୍ସ , ସାଇକେଲରେ ବୁହା ହେଲେ ରୋଗୀ

ଅନୁଗୁଳ (କେନ୍ୟୁଜ୍) : ସାଇକେଲରେ ବୁହା ହେଲେ ରୋଗୀ। ଅନୁଗୁଳ ଜିଲ୍ଲା କନ୍ତାମିଲା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗାଁର ବାଘ ସାହିର ମିନତୀ ବାଘ ଅସୁସ୍ଥ ହୋଇପଡିଥିଲେ। ପରିବାରଲୋକେ ମିନତୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍‌ସକୁ ଖବର ଦେଇଥିଲେ । ହେଲେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍‌ସ ଗାଁ ଭିତରେ ପଶିପାରିନଥିଲା। ବାଧ୍ୟ ହୋଇ ଗାଁଲୋକେ ସାଇକେଲରେ ମିନତୀଙ୍କୁ ୫ କିଲୋମିଟର ବୋହି ନେଇଥିଲେ। ପରେ ଗାଡି ଭଡା କରି ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥିଲେ। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ସୀମାରେ କନ୍ତାମିଲା ଗାଁ ହୋଇଥିବାରୁ ଏଠାକାର ବାସିନ୍ଦା ଗମନାଗମନରେ ନାହିଁ ନଥିବା ଅସୁବିଦାର ସମ୍ମୁଖୀନ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.