ସମ୍ପର୍କରେ ଛୋଟ ମୋଟ ଝଗଡା କିମ୍ବା ହସ ମଜାକ ହୋଇଥାଏ। ଏହି ହସଖୁସି, ଝଗଡା ଯୋଗୁଁ ଭଲପାଇବାର ମହତ୍ୱ ରହିଥାଏ। ସମ୍ପର୍କକୁ ନୂଆ ଏବଂ ସୁଦୃଢ କରିବା ପାଇଁ ଆପଣ ଆପଣଙ୍କ ପ୍ରେମିକ ସହିତ ଛୋଟମୋଟ ଦୁଷ୍ଟାମୀ କରିବା ଦରକାର। ଏପରି କରିବା ଦ୍ୱାରା ଆପଣ ନିଜ ପ୍ରେମିକ ଆପଣଙ୍କ ପ୍ରତି କେତେକ ବିଶ୍ୱସ୍ତ ତାହା ଜାଣିପାରିବେ। ଆସନ୍ତୁ ଜାଣିବା କ’ଣ କରିବେ ଦୁଷ୍ଟାମୀ, ଯାହା ଫଳରେ ଆପଣଙ୍କ ସମ୍ପର୍କ ସୁଦୃଢ ହେବ।
ବନ୍ଧୁଙ୍କୁ କରନ୍ତୁ ମେସେଜ :
ସବୁବେଳେ ପ୍ରେମିକ ନିଜର ପ୍ରେମିକାଙ୍କୁ ତାଙ୍କ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବାକୁ ଦିଅନ୍ତି ନାହିଁ। ଏମିତିରେ ଆପଣ ତାଙ୍କ ଫୋନକୁ ଲୁଚାଇ ନେଇ ତାଙ୍କ ବନ୍ଧୁମାନଙ୍କୁ ମେସେଜ କରିପାରିବେ। ଆପଣ ତାଙ୍କ ବନ୍ଧୁମାନଙ୍କୁ ଆପଣ (ପ୍ରେମିକ) କୌଣସି ଅସୁବିଧାରେ ଅଛନ୍ତି ବୋଲି ମେସେଜ କରିପାରିବେ। ଏପରି କଥା ଶୁଣି ନିଶ୍ଚିତ ବନ୍ଧୁ ତାଙ୍କୁ ଦେଖା କରିବାକୁ ଆସିବେ। ତା’ ପରେ ସବୁ ସତ ଜଣାପଡିବ।
ବାଥରୁମ ଡ୍ରାମା କରନ୍ତୁ :
ବାଥରୁମ ଡ୍ରାମା ବିଷୟରେ ଆପଣ ଜାଣଛନ୍ତି କି ? ଏହା ଆପଣ ନିଶ୍ଚିତ ଭାବେ ବୁଝିପାରୁଥିବେ। ଆପଣ ଫିଲ୍ମରେ ଦେଖିଲା ଭଳି ଅଳ୍ପ ଡ୍ରାମା କରିପାରିବେ। ଆପଣ ବାଥରୁମ ଯାଇ ସେଠାରେ ପଡିଯିବାର ଆକ୍ଟିଂ କରିପାରିବେ। ଆପଣଙ୍କ ପ୍ରେମିକ ଆପଣଙ୍କୁ ନେବାକୁ ଆସିଲେ ଆପଣ ନାଟକ କରିପାରିବେ। ଏପରି ଶୁଣି ଆପଣଙ୍କ ପ୍ରେମିକ ଚିନ୍ତିତ ହୋଇପଡିବେ। କିନ୍ତୁ ପ୍ରକୃତରେ କିଛି ହୋଇନଥିବ। ଏପରି ଡ୍ରାମା ଆପଣଙ୍କ ସମ୍ପର୍କକୁ ସୁଦୃଢ କରିବ।
ଏହାସହ ପଢ଼ନ୍ତୁ ; ଓଜନ କମ୍ କରେ ଚିନାବାଦାମ, ପ୍ରତିଦିନ ଖାଆନ୍ତୁ ଏବଂ ପାଆନ୍ତୁ ଏହାର ଫାଇଦା
ପ୍ରେମିକଙ୍କ ପସନ୍ଦ ଜିନିଷ ହଜିଯିବାର ନାଟକ କରନ୍ତୁ :
ଆପଣଙ୍କ ପ୍ରେମିକଙ୍କ ଅତି ପ୍ରିୟ ଜିନିଷ ହଜିଯିବାର ଡ୍ରାମା କରିପାରିବେ। ଏମିତି କଲେ ଆପଣଙ୍କ ବନ୍ଧୁ ଆପଣଙ୍କ ଉପରେ ରାଗିବେ। କିନ୍ତୁ ଆପଣଙ୍କୁ ତାଙ୍କୁ ମନାଇବାକୁ ସୁଯୋଗ ମିଳିବ। ପରେ କେବଳ ମଜାକ କରୁଥିଲେବୋଲି ଆପଣ କହିପାରିବେ।
ଅନ୍ୟ ଯୁବକଙ୍କ ସହିତ କଥା ହେବାର ବାହାନା କରନ୍ତୁ :
ଆପଣ ନିଜ ପ୍ରେମିକଙ୍କ ବନ୍ଧୁଙ୍କ ସହିତ ବେଶୀ କଥା ହେବାର ଅଭିନୟ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ପ୍ରେମିକ ଇର୍ଷା କରିବା ସହ ଅସୁରକ୍ଷିତ ମନେ କରିବେ। ନିଜ ପ୍ରେମିକଙ୍କ ସହିତ ମଜାକ କରିବାର ଏପରି ସୁଯୋଗ ଆପଣଙ୍କୁ ଅନ୍ୟ କେଉଁଥିରେ ମିଳିବ ନାହିଁ। କିନ୍ତୁ ସାବଧାନ ଏହା ବେଳେବେଳେ ଘାତକ ସାଜିପାରିବେ। ମିଛକୁ କେବେ ସତ ହେବାର ସୁଯୋଗ ନ ଦିଅନ୍ତୁ ସେଥିପ୍ରତି ଧ୍ୟାନ ରଖନ୍ତୁ।