ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍, ବିଜେପି ଶାସିତ ଏହି ରାଜ୍ୟରେ ଲାଗୁ ହେବାକୁ ଯାଉଛି ନିୟମ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସବୁ ସହରୀ ସମ୍ପତ୍ତି, ସେମାନଙ୍କ ମାଲିକ ମାନଙ୍କ ଆଧାର କାର୍ଡ ସହିତ ଲିଙ୍କ୍ କରାଯିବ । ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହି ଅର୍ବାନ ପ୍ରୋପର୍ଟିଜ୍ ଓନରସିପ୍ ରେକର୍ଡ ଯୋଜନା ଏଠାରେ ଲାଗୁ କରିବାକୁ ଯାଉଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହି ଯୋଜନା ଦ୍ବାରା ବେନାମୀ ସମ୍ପତ୍ତି ଏବଂ ଅନ୍ୟ ସମ୍ପତ୍ତିର ପରିଚୟ କରିବାରେ ସହାୟତା ମିଳିବ ଏବଂ ନଗର ଉନ୍ନୟନ ପାଇଁ ଟ୍ୟାକ୍ସ କଲେକ୍ସନ୍ ବଢିବ।

ଏହାସହ ପଢନ୍ତୁ:

ଆସନ୍ତା ୧୦ତାରିଖରୁ ବିନା ଦ୍ବନ୍ଦରେ ଜମ୍ମୁ କଶ୍ମୀରକୁ ଯାଇପାରିବେ ପର୍ଯ୍ୟଟକମାନେ, ରାଜ୍ୟ ପ୍ରଶାସନ ପ୍ରତ୍ୟାହାର କଲା…

ଏହା ସହିତ ଅଧିକାରୀ ଜଣକ କହିଛନ୍ତି କି, ଆରମ୍ଭରୁ ଏହି ଯୋଜନା ଲକ୍ଷ୍ନୋ,କାନପୁର,ଆଗ୍ରା,ଗାଜିୟାବାଦ,ବାରଣସୀ,ମେରଠ ଏବଂ ପ୍ରୟାଗରାଜରେ ଲାଗୁ କରାଯିବ। ପ୍ରଦେଶ ସରକାର ସର୍ଭେ ଅଫ୍ ଇଣ୍ଡିଆର ସାହାଯ୍ୟ ନେବ ଏବଂ ଏକ ସେବାନିବୃତ ଆଇଏଏସ୍ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠିତ କରିବ । କମିଟିରେ ଯୋଜନା, ସହରୀ ଏବଂ ଗ୍ରାମୀଣ ବିକାଶ, ବିକାଶ ପ୍ରାଧିକରଣ ଏବଂ ନଗରପାଳିକାର ପ୍ରତିନିଧି ସାମିଲ ରହିବେ ।

Leave A Reply

Your email address will not be published.