ସିଂହୀ ସହ ନବଜାତ ଛୁଆର ଲଢ଼େଇ! ୟୁଜର୍ସଙ୍କୁ ଆସୁଛି ଖୁବ୍ ପସନ୍ଦ, ଆପଣ ବି ଦେଖନ୍ତୁ ଭାଇରାଲ ଭିଡିଓ

ସିଂହୀ ସହ ତା’ ନବଜାତ ଛୁଆର ଲଢ଼େଇର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ସ୍କଟଲ୍ୟାଣ୍ଡର ଇଡନବର୍ଗ ଚିଡ଼ିଆଘରର। ଏନ୍‌କ୍ଲୋଜର ଭିତରେ ଛୁଆଟି ମା’ ସହ ଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ମାସରୁ କମ୍ ବୟସର ଏହି ଛୁଆଟି ଲୁଚିକି ମା’ ପଛେ ପଛେ ଆସୁଛି ଏବଂ ମା’ ସହିତ ଲଢ଼େଇ ଆରମ୍ଭ କରିଦେଉଛି। ସେ ଖୁବ୍ ମୁକାବିଲା କରିବାକୁ ଚେଷ୍ଟା କରୁଛି। ଆଉ ମା’ ଆଡ଼କୁ ବି ଡେଇଁ ପଡ଼ୁଛି।

video2

ଛୁଆ ସିଂହଟିର ମା’ ସହିତ ଏହି ଲଢ଼େଇର ଦୃଶ୍ୟ ଚିଡ଼ିଆଖାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଫୁଟେଜ୍‌କୁ ଜୁ କର୍ମଚାରୀମାନେ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି। ସେପେଟ ୟୁଜରମାନଙ୍କୁ ଭିଡିଓଟି ଖୁବ୍ ପସନ୍ଦ ଆସିଛି। ଚିଡ଼ିଆଖାନାର ଫେସ୍‌ବୁକ ପେଜ୍‌ରେ ଏହି ଭିଡିଓକୁ ୪୨,୦୦୦ରୁ ଅଧିକ ୟୁଜର ଦେଖିସାରିଲେଣି ଏବଂ ହଜାରରୁ ଅଧିକ କମେଣ୍ଟ ମଧ୍ୟ ଆସିଛି।

ୟୁଜରମାନେ ଅନେକ ପ୍ରକାର କମେଣ୍ଟ ଏହି ଭିଡିଓରେ ଦେଇଛନ୍ତି। ଅଧିକରୁ ଅଧିକ ଲୋକ ଭିଡିଓକୁ ନେଇ ମା’, ଛୁଆଙ୍କ ଭିତରେ ଅନାବିଳ ପ୍ରେମକୁ ଦର୍ଶାଇଛନ୍ତି। କିଛି ୟୁଜର ଲେଖିଛନ୍ତି, ସେମାନେ ଜୀବନରେ କେବେ ବି ଏମିତି ଭିଡିଓ ଦେଖି ନ ଥିଲେ। ଆଉ କିଛି ୟୁଜର ସିଂହୀ ଏବଂ ଛୁଆର ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଏହାସହ ପଢ଼ନ୍ତୁ: ଝରକା କାଚ ଭାଙ୍ଗି ମହିଳାଙ୍କ ମୁଣ୍ଡ ଉପରକୁ ଡେଇଁଲା ହରିଣ, ଏହାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ଗଣମାଧ୍ୟମ ଅନୁସାରେ, ସିଂହୀ ‘ରୋବର୍ଟା’ ଗତ ଅଗଷ୍ଟରେ ୫ଟି ଶାବକଙ୍କୁ ଜନ୍ମ ଦେଇଥିଲା। ସେଥିମଧ୍ୟରୁ ୨ଟି ଜନ୍ମ ପରେ ମୃତ୍ୟୁବରଣ କରିଥିଲେ। ଏବେ ମା’ ସହିତ ୩ଟି ଛୁଆ ଅଛନ୍ତି। ଛୁଆମାନଙ୍କ ସହ ମା’ର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଛୁଆ ମା’ ସହ ଲଢ଼େଇ କରୁଥିବା ବେଳେ ଆଉ ୨ଟି ପାଖରେ ବସିଥିଲେ।

Leave A Reply

Your email address will not be published.