କ’ଣ ଲୁଚି ରହିଛି ଏହି ପେଣ୍ଟିଂରେ ! ଯାହାକୁ ୧୯ ବର୍ଷ ପରେ ନିଲାମରେ ମିଳିଲା ୧୭୭ କୋଟି ଟଙ୍କା

ଜାପାନର ଜଣେ ଚିତ୍ରକର ୟୋଶିତୋମୋ ନାରା ୨୦୦୦ ମସିହାରେ ବନାଇଥିବା ପେଣ୍ଟିଂ ପାଇଁ କୋଟିପତି ହୋଇପାରିଛନ୍ତି। ୟୋଶିତୋମୋ ୧୯ ବର୍ଷ ପୂର୍ବେ ବନାଇଥିବା ଏହି ‘କାର୍ଟୁନ ଗାର୍ଲ’ର ନିଲାମୀ ହଂକଂରେ ହୋଇଥିଲା। ଏହି ନିଲାମୀରେ ଏହି ପେଣ୍ଟିଂ ୧୭୭ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହା ୟୋଶିତୋମୋଙ୍କ ଦ୍ୱାରା ପେଣ୍ଟିଂ କରାଯାଇଥିବା ସବୁଠାରୁ ମହଙ୍ଗା ପେଣ୍ଟିଂ।

yositama

‘ନାଇଫ୍‌ ବିହାଇଣ୍ଡ ବ୍ୟାକ୍‌’ ନାମରେ ଏହି ପେଣ୍ଟିଂ କିଣିବା ପାଇଁ ୬ ଜଣ ଲୋକ ନିଲାମୀ ଡାକିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ମାତ୍ର ୧୦ ମିନିଟ୍‌ରେ ଏହି ପେଣ୍ଟିଂ ବିକ୍ରି ହୋଇଯାଇଥିଲା। କିନ୍ତୁ ଆପଣ କେବେ ଭାବିଛନ୍ତି, ଏହି ପେଣ୍ଟିଂରେ ଏପରି କ’ଣ ରହିଛି, ଯାହାକୁ ଏତେ କିଣିବା ପାଇଁ ଜଣେ ବ୍ୟକ୍ତି ଏତେ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କ’ଣ ଲୁଚି ରହିଛି ପେଣ୍ଟିଂ ପଛରେ ରହସ୍ୟ।

painting-m

ଏହି ପେଣ୍ଟିଂକୁ ଯେତିକି ଟଙ୍କାରେ ନିଲାମୀ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା, ତାର ପାଞ୍ଚ ଗୁଣା ଅଧିକ ନିଲାମ ଡକାଯାଇଥିଲା। ଏହା ପୂର୍ବରୁ ୟୋଶିତୋମୋ ଅନେକ ପେଣ୍ଟିଂ କରିଛନ୍ତି, ଯାହା ଚର୍ଚ୍ଚାରେ ରହିଛି। କିନ୍ତୁ ଏହି ପେଣ୍ଟିଂ ସବୁ ରେକର୍ଡ ଭାଙ୍ଗିଦେଇଛି। ୧୯୯୧ରେ ‘ଗାର୍ଲ ଇନ ଦ ହ୍ୟାଣ୍ଡ ଅଫ୍‌ ନାଇଫ’ ନାମକ ପେଣ୍ଟିଂ କରିଥିଲେ, ଯାହାକୁ ସାନ ଫ୍ରାନସିସ୍କୋର ମ୍ୟୁଜିୟମ ଅଫ୍‌ ଆର୍ଟରେ ପ୍ରଦର୍ଶିତ କରାଯାଇଥିଲା।

cat_eye-m

ୟୋଶିତୋମା ନାରା ୧୯୯୯ରେ ‘ସ୍ଲିପଲେସ୍‌ ନାଇଟ (କ୍ୟାଟ)’ ଶୀର୍ଷକ ଏକ ଝିଅର ପେଣ୍ଟିଂ କରିଥିଲେ, ଯାହା ପାଖାପାଖି ୩୧ କୋଟି ଟଙ୍କା ମିଳିଥିଲା। ତାଙ୍କ ପେଣ୍ଟିଂ ସମଗ୍ର ଏସିଆରେ ବେଶ୍‌ ଲୋକପ୍ରିୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.