ସୁପ୍ରିମକୋର୍ଟରେ ପହଁଞ୍ଚିଲା ଓଡିଶା ହାଇକୋର୍ଟରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ

କେନ୍ୟୁଜ୍: ସୁପ୍ରିମକୋର୍ଟରେ ପହଁଞ୍ଚିଲା ଓଡିଶା ହାଇକୋର୍ଟରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ। ପଚାରିଛନ୍ତି ଅଦାଲତକୁ ସ୍ୱାଭାବିକ କରିବାକୁ କଣ ପଦକ୍ଷେପ ନେଇଛ ଜଣାଅ। ମୁଖ୍ୟ ବିଚାରପତିଙ୍କ ଅଦାଲତକୁ ଯିବାକୁ ଚାହୁଁଥିବା ଓକିଲଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି? ଏ ପ୍ରଶ୍ନ ପଚାରିଛନ୍ତି। ଅକ୍ଟୋବର ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ଅକ୍ଟୋବର ୨୨ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲା ଶୁଣାଣି ବେଳେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ହୋଇଥିବା ପ୍ରସଙ୍ଗ ମଧ୍ୟ ଉଠିଥିଲା । ହାଇକୋର୍ଟରେ ଓକିଲମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ବର୍ଜନ କରୁଛନ୍ତି । କିନ୍ତୁ ଯେଉଁ ଓକିଲମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ଯିବାକୁ ଦିଆଯାଉ ନାହିଁ । ଏହି ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରେଜିଷ୍ଟ୍ରାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.