ନଭେମ୍ବର ୩ୟ ସପ୍ତାହରୁ ଆରମ୍ଭ ହୋଇପାରେ ସଂସଦର ଶୀତ ଅଧିବେସନ

ସଂସଦର ଶୀତ ଅଧିବେଶନ ନଭେମ୍ବର ମାସର ୩ୟ ସପ୍ତାହ ବା ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନା ଅନୁଯାୟୀ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଶୀତ ଅଧିବେଶନର ତାରିଖ ନେଇ ଚର୍ଚ୍ଚା ହୋଇଛି । ଅବଶ୍ୟ ତାରିଖ ନେଇ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । ବିଗତ ୨ବର୍ଷ ଧରି ଏହି ଅଧିବେଶନ ନଭେମ୍ବର ୨୧ ତାରିଖରେ ଆରମ୍ଭ ହୋଇ ଜାନୁଆରୀ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିଆସୁଛି । ଅନୁମାନ କରାଯାଉଛିକି ସରକାର ୨ଟି ଅର୍ଦ୍ଧଦେଶକୁ ଆଇନରେ ପରିଣତ କରିବେ । ଏହା ମଧ୍ୟରୁ ଗୋଟେ ହେଉଛି ଅର୍ଥ ଅଧିନିୟମ-୧୯୬୧କୁ ୨୦୧୯ ମସିହାରେ ଏହି ଅଧିବେଶନରେ ସଂଶୋଧନ କରାଯାଇପାରେ ।  ଅନ୍ୟଟି ହେଉଛି ଇ-ସିଗାରେଟ ଭଳି ଉପକରଣର ନିର୍ମାଣ ,ବିକ୍ରି ଓ ରକ୍ଷଣା ବେକ୍ଷଣ ଉପରେ କଟକଣା ଜାରିକରିବା । ଏହି ଦୁଇଟିକୁ ସଂସଦରେ ପାରିତ କରାଯିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.