ବିଗ୍ ବସ୍ ଘରୁ ବାହାରିବା ପରେ ଅଭିନେତ୍ରୀ କୋଏନା ମିତ୍ର ଆଣିଲେ ଏହି ଅଭିଯୋଗ, କହିଲେ ସଲମାନ୍ କରୁଛନ୍ତି ପାତରଅନ୍ତର

ନୂଆଦିଲ୍ଲୀ : ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରିୟାଲିଟି ସୋ ବିଗ୍ ବସ୍ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସୋ ଆରମ୍ଭ ହେବା ପରଠାରୁ ବିବାଦରେ ରହିଛି ବିଗ୍‌ ବସ୍‌-୧୩ରେ ପ୍ରଥମେ ସୋ’ର ବିଷୟବସ୍ତୁକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ ସୋ’ର ପ୍ରତିଯୋଗୀ ପାତରଅନ୍ତର କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ।

ଗତ ସପ୍ତାହରେ ସୋ’ର ଦୁଇଜଣ ପ୍ରତିଯୋଗୀ ଘରୁ ବାହାରିଥିଲେ । ସେମାନଙ୍କ ମଧ୍ଯରେ ଥିଲେ ଅଭିନେତ୍ରୀ କୋଏନା ମିତ୍ର ଏବଂ ଦଲଜିତ୍ କୌର୍ । ତେବେ ଘରୁ ବାହାରି ଥିବା କୋଏନା ସଲମାନଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି । ଏମିତି କି ସୋସିଆଲ ମିଡିଆରେ କୋଏନାଙ୍କୁ ଘରୁ ବାହାର କରି ଦିଆଯିବାକୁ ବିରୋଧ କରାଯାଉଛି ।

koena big bossବାହାରକୁ ଆସିବା ପରେ କୋଏନା ଅଭିଯୋଗ କହିଛନ୍ତି କି, ସଲମାନ ମୋତେ ମୋ କଥା ରଖିବାର ସୁଯୋଗ ଦେଲେ ନାହିଁ । ସବୁବେଳେ ସେ ଅନ୍ୟମାନଙ୍କୁ ସୁଯୋଗ ଦେଉଥିଲେ । ଶହନାଜ୍‌ ମୋତେ ଥଟ୍ଟା କରୁଥିବାର ଅଭିଯୋଗ ମୁଁ ସଲମାନଙ୍କ ଆଗରେ କରିବା ପରେ ଲୋକେ ଏହାକୁ ପସନ୍ଦ କରୁଛନ୍ତି ବୋଲି କହି ସେ ଶହନାଜ୍‌ଙ୍କୁ କିଛି କହି ନଥିଲେ । ବ୍ୟକ୍ତିଗତ ଭାବରେ ସେ ଶହନାଜଙ୍କୁ ସମର୍ଥନ କରୁଛନ୍ତି ।

ଏହାସହ ପଢନ୍ତୁ:ଜବଦଭ୍ୟାସ ପାଇଁ ଅନ୍ଧକାର ଭିତରକୁ ଚାଲି ଯାଇଥିଲେ ‘ସା ରେ ଗା ମା ପା ଲିଟିଲ୍‌ ଚାମ୍ପ୍ସ’ର ବିଜେତା ହୋଇଥିବା ଏହି…

ସେ ଏହା ମଧ୍ଯ କହିଥିଲେ କି ସେ ଘର ବାହାରକୁ ବାହାରିବା ପରେ ସଲମାନଙ୍କୁ ସେ ପଚାରିଥିଲେ କି, ଲୋକେ କ’ଣ ଗାରିମା ଓ ସିଦ୍ଧାନ୍ତକୁ ପସନ୍ଦ କରିବେନି କି? ଏହାର ଉତ୍ତରରେ ସେ ମୋତେ କହିଥିଲେ ଏଥିପାଇଁ ଅଲଗା ପ୍ଲାଟଫର୍ମ ରହିଛି । ତେବେ ତାଙ୍କର ଏଭଳି ମତ ଏ ପ୍ରମାଣ କରିଛି କି ଏହି ସୋ’ ଶିକ୍ଷିତ, ବୁଦ୍ଧିମାନ ଓ ସମ୍ମାନଜନକ ମହିଳାମାନଙ୍କ ପାଇଁ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.