ଦାନ ଦେବା ବେଳେ କିନ୍ନରଙ୍କୁ କୁହନ୍ତୁ ଏହି ୩ଟି ଶବ୍ଦ, ଆପଣଙ୍କ ଘରେ ହେବ ଧନର ବର୍ଷା

ଯେବେ ଆପଣଙ୍କ ଘରେ କୌଣସି ଉତ୍ସବର ମାହୋଲ ଥିବ, ସେଠି ଦକ୍ଷିଣା ନେବାକୁ ପହଞ୍ଚିଯାଆନ୍ତି କିନ୍ନର। କୁହାଯାଏ, ଏହି ସମୟରେ କିନ୍ନରଙ୍କୁ ଦକ୍ଷିଣା କିମ୍ବା ଦାନଧର୍ମ କରିବା ଶୁଭ ହୋଇଥାଏ। ଅର୍ଥାତ୍ ସେମାନଙ୍କୁ ଦାନ କଲେ ଆପଣଙ୍କ ମଙ୍ଗଳ କାମନା ହୋଇଥାଏ। କିନ୍ତୁ କେବେ କେବେ ଦେଖାଯାଏ, କିଛି ଲୋକ କିନ୍ନରମାନଙ୍କୁ କୌଣସି ଦାନ, ଦକ୍ଷିଣା ଦେବାକୁ ରାଜି ହୁଅନ୍ତି ନାହିଁ। ହେଲେ କେତେଜଣ ସେମାନଙ୍କୁ ଖୁସି ଖୁସିରେ ଦାନ କରନ୍ତି।

kinner2

 

କୁହାଯାଏ କି, ଯଦି ଦାନ ଦେବା ବେଳେ ଆପଣ କିନ୍ନରମାନଙ୍କୁ କେବଳ ୩ଟି ଶବ୍ଦ କହିବେ, ତା’ହେଲେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ। ଘରେ କେବେ ବି ଧନର ଅଭାବ ରହିବ ନାହିଁ। ଧନର ଦେବତା କୁବେରଙ୍କ କୃପା ଆପଣ ଆଉ ଆପଣଙ୍କ ପରିବାର ଉପରେ ସର୍ବଦା ରହିବ।

kinnar

ଏହାସହ ପଢ଼ନ୍ତୁ: ସଚ୍ଚା ପ୍ରେମ ଖୋଜୁଛନ୍ତି ଏହି ଯୁବତୀ, ବୟଫ୍ରେଣ୍ଡ ହେଲେ ମିଳିବ ୬୦ ଲକ୍ଷ ଟଙ୍କା!

ଆପଣ ଘରୁ କିମ୍ବା ଅଫିସ ଆସୁଥିବା ବେଳେ କିନ୍ନରଙ୍କୁ ଯେତେବେଳେ ଦାନ ଦେବେ, ସେହି ସମୟରେ ସେମାନଙ୍କୁ ‘ଆପଣ ପୁଣି ଆସିବେ’ କହିବାକୁ ଆଦୌ ଭୁଲିବେ ନାହିଁ। କାରଣ, ଏହି ୩ଟି ଶବ୍ଦ ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ପରିବାର ଉପରେ ଲକ୍ଷ୍ମୀଙ୍କ କୃପା ରହିବ। ଯଦିଓ ଏହି ୩ଟି ଶବ୍ଦ ଆପଣଙ୍କୁ ମାମୁଲି ଲାଗୁଥିବ, କିନ୍ତୁ ଏହାକୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ। ଯେତେବେଳେ ଏହି ଶବ୍ଦ ଆପଣ କିନ୍ନରମାନଙ୍କୁ କହିବେ, ସେତେବେଳେ ସେମାନଙ୍କୁ ବିଶ୍ୱାସ ହୋଇଥାଏ ଲୋକେ ନିଜ ହୃଦୟରୁ ଦାନ ଦେଉଛନ୍ତି। ତେଣୁ କିନ୍ନରଙ୍କୁ ଦାନ ଦେବା ବେଳେ କଦାପି ଭୁଲିବେ ନାହିଁ ଏହି ୩ଟି ଶବ୍ଦ।

Leave A Reply

Your email address will not be published.