ଯାଜପୁର: ଧର୍ମଶାଳାରେ ଉଦଘାଟିତ ହେଲା ‘ରାଜ୍ୟସ୍ତରୀୟ ପୁସ୍ତକ ମେଳା’

ଯାଜପୁର: ଧର୍ମଶାଳାରେ ଉଦଘାଟିତ ହୋଇଯାଇଛି ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ  ପୁସ୍ତକ ମେଳା । ଧର୍ମଶାଳା ସାଧାରଣତନ୍ତ୍ର ଦିବସ ପାଳନ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ପୁସ୍ତକ ମେଳାକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଛନ୍ତି ଏସପି ଚରଣ ସିଂ ମୀନା।

jajpur book fair

ସାହିତ୍ୟିକ ବିଜୟାନନ୍ଦ ସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକ ହିଁ ମଣିଷର ପ୍ରକୃତି ବନ୍ଧୁ ବୋଲି ଅଭିହିତ କରିବା ସହ ବର୍ତ୍ତମାନ ଡିଜିଟାଲ ଯୁଗରେ ପୁସ୍ତକ ମେଳାର ଆଵଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। କମିଟି ସଭାପତି ତଥା ତହସିଲଦାର ସରୋଜ କୁମାର ପଣ୍ଡା ସଂଯୋଜନା କରିଥିଲେ। ଏହି ମେଳାରେ ୪୦ରୁ ଅଧିକ ଷ୍ଟଲ ଲାଗିଥିବା ବେଳେ ଏହା ୭ଦିନ ଧରି ଚାଲିବ।

Leave A Reply

Your email address will not be published.