ନିଜ ଘରର ବାଲକୋନିରୁ ରାତି ଅଧରେ ଛିଡା ହୋଇ ଫ୍ୟାନ୍ସଙ୍କୁ ଦେଖା କଲେ ଶାହରୁଖ, କିଙ୍ଗ ଖାନଙ୍କୁ ଦେଖି ପ୍ରଶଂସକଙ୍କର ଏମିତି ହେଲା ରିଆକସନ୍‌

ବଲିଉଡର ବାଦଶାହ ଶାହରୁଖ୍ ଖାନଙ୍କ ଆଜି ହେଉଛି ଜନ୍ମଦିନ। ଏହି ଦିନକୁ ଶାହରୁଖଙ୍କ ଫ୍ୟାନ ବଡ ଉତ୍ସାହର ସହ ଚାହିଁ ବସିଥାନ୍ତି। ସେଥିପାଇଁ ଜନ୍ମଦିନର ପୂର୍ବ ରାତି ଠୁ ଫ୍ୟାନମାନେ ତାଙ୍କ ବଙ୍ଗଳା ଆଗରେ ରୁଣ୍ଡ ହୋଇଛନ୍ତି। କାରଣ କେବଳ ଏହି ଗୋଟିଏ ଦିନରେ ହିଁ ଫ୍ୟାନମାନେ ତାଙ୍କ ପ୍ରିୟ ଅଭିନେତା ଶାହରୁଖଙ୍କର ଗୋଟିଏ ଝଲକ ପାଇବାକୁ ଚାହିଁଥାନ୍ତି।

ନିଜର ୫୪ତମ ଜନ୍ମଦିନରେ ଶାହରୁଖ ତାଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେବା ପାଇଁ ଏହି ଖାସ୍ ଦିନ ରାତିରେ ନିଜ ଘରର ବାଲକୋନିକୁ ଆସିଲେ ଏବଂ ହାତ ହଲାଇ ହାତ ଯୋଡି ଫ୍ୟାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ନିଜ ଆଖି ସାମ୍ନାରେ ଶାହରୁଖକୁ ଦେଖି ଫ୍ୟାନ୍ସଙ୍କ ଗୋଡ ତଳେ ଲାଗୁନଥିଲା କିଛି ଫ୍ୟାନ୍ସ ତ ଏହାକୁ ବିଶ୍ୱାସ କରୁପାରୁନଥିଲେ ଯେ ସେ ସତରେ ତାଙ୍କ ପ୍ରିୟ ଷ୍ଟାରଙ୍କୁ ଆଖି ସାମ୍ନାରେ ଦେଖୁଛନ୍ତି ବୋଲି।

king khanଫ୍ୟାନମାନେ ବ୍ୟାନର, ପୋଷ୍ଟର ଧରି ଶାହରୁଖଙ୍କୁ ଅପେକ୍ଷା କରିଥିଲେ। ଏହାପରେ ହଠାତ ଯେତେବେଳେ ଶାହରୁଖ ନିଜ ବାଲକୋନିକୁ ଆସିଲେ ସେତେବେଳେ ତାଙ୍କ ଫ୍ୟାନମାନେ ଖୁସିରେ ଚିତ୍କାର କରିଥିଲେ। କିଛି ଲୋକ ଏହି ଖାସ୍ ମୂହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ ମଧ୍ୟ କରିଥିଲେ।

ଏହାସହ ପଢନ୍ତୁ : ଜାଣନ୍ତୁ କାହିଁକି ନିଜ ଝିଅକୁ ସାଙ୍ଗରେ ଧରି ଝୁମ୍ପୁଡି ଘରକୁ ଗଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର

୧୯୯୨ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିଓ୍ଵାନା’ରୁ ଶାହରୁଖ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମ ପରେ ଶାହରୁଖ ଧିରେ ଧିରେ ସିନେମାଜଗତରେ ପାଦ ମଜବୁତ କରିନେଲେ। ଏହା ପରଠାରୁ ଶାହରୁଖ ପଛକୁ ଚାହିଁ ଦେଖିନାହାନ୍ତି। ତାଙ୍କୁ ଫିଲ୍ମ ଜଗଜରେ ୨୭ ବର୍ଷ ହୋଇଗଲାଣି ଆଉ ଏବେବି ସେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି।

ସବୁଠାରୁ ଖାସ୍ କଥା ହେଉଛି ଫିଲ୍ମକୁ ଆସିବା ପୂର୍ବରୁ ଶାହରୁଖ ଟିଭି ସିରିୟଲରେ କାମ କରୁଥିଲେ। ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ୧୦ ଫିଲ୍ମଫେୟାର ଆଓ୍ଵାର୍ଡ ପାଇଥିଲେ। ତେବେ ତାଙ୍କ ଜନ୍ମଦିନରେ ଆମେ ତାଙ୍କ ଲମ୍ବା ବୟସ ସହିତ ଆଗାମୀ ଭବିଷ୍ୟତ ପାଇଁ ଖୁସି କାମନ କରୁଛୁ। ଆଉ ଥରେ କହିବାକୁ ଚାହିଁବୁ ହାପି ବାର୍ଥ ଡେ ଶାହରୁଖ।

Leave A Reply

Your email address will not be published.