ବାବାଙ୍କୁ ମହଙ୍ଗା ପଡ଼ିଲା ଠକାମୀ, ସନ୍ତାନ ପ୍ରାପ୍ତି କହି ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ବାବାଙ୍କୁ ମହଙ୍ଗା ପଡ଼ିଲା ଅସଦାଚାରଣ। ସନ୍ତାନ ପ୍ରାପ୍ତି ହେବ କହି ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ବାସୁଦେବପୁରରେ ଭଣ୍ଡବାବାଙ୍କୁ ନିସ୍ତୁକ ଛେଚିଲେ ଗାଁଲୋକେ। ଖବର ପାଇ ଦରମରା ଅବସ୍ଥାରେ ବାବାଙ୍କୁ ପୋଲିସ ଉଦ୍ଧାର କରିଛି। ଅଭିଯୋଗ ଅନୁଯାୟୀ ମଶାଣିରେ ଯଜ୍ଞ କଲେ ସନ୍ତାନପ୍ରାପ୍ତି ହେବ ବୋଲି ଭଣ୍ଡ ବାବା ଜଣକ ମହିଳାଙ୍କୁ କହିଥିଲେ। ଏହାପରେ ଦମ୍ପତ୍ତିଙ୍କୁ ରାତି ଅଧରେ ମଶାଣିକୁ ଡାକିଥିଲେ ବାବା। ତେବେ ପୂଜାର୍ଚ୍ଚନା ବାହାନାରେ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.