ପେନସନ ଭୋଗୀ ମାନେ ଘରେ ବସି ଜୀବନ ପ୍ରମାଣ ପତ୍ର ଦାଖଲ କରିପାରିବେ

ସରକାରୀ ଚାକିରୀରୁ ଅବସର ନେଇଥିବା କର୍ମଚାରୀ ଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ଆଉ ଲମ୍ବା ଲାଇନରେ ଛିଡା ହେଇ ସେମାନଙ୍କୁ ଜୀବନପ୍ରମାଣ ପତ୍ର ଜମା କରିବାକୁ ପଡ଼ିବନି । ଏଣିକି ସେମାନେ ଅନଲାଇନ ଜରିଆରେ ମଧ୍ୟ ନିଜ ନିଜ ଜୀବନ ପ୍ରମାଣ ପତ୍ର ଦାଖଲ କରିବା ସହ ଆବଶ୍ୟକ ଫର୍ମ ମଧ୍ୟ ପୂରଣ କରିପାରିବେ । ଏହି ଅନଲାଇନ ଜୀବନ ପ୍ରମାଣ ପତ୍ରକୁ ଡିଜିଟାଲ ଲାଇଫ ସାର୍ଟିଫିକେଟ କୁହାଯାଏ । ଏହାକୁ ଆଧାର କାର୍ଡ ଜରିଆରେ ଅନ ଲାଇନ ମଧ୍ୟମରେ ପୂରଣ କରିପାରିବେ । ଏଥିରେ ପେନସନ ଭୋଗୀ ମାନଙ୍କୁ ଆଉ ଲମ୍ବା ଲାଇନରେ ଦିନ ଦିନ ଧରି ଛିଡା ହେବ ପାଇଁ ପଡିବ ନାହିଁ । ଘରେ ବସି ଆରାମରେ ସେମାନେ ଏହି କାମ ଟିକୁ କରିପାରିବେ । ଆସନ୍ତୁ ଜାଣିବା କେମିତି ଏହି ଫର୍ମ ଟିକୁ ପୂରଣ କରି ନିଜ ଜୀବନ ପ୍ରମାଣ ପତ୍ର ଦାଖଲ କରିବେ:

୧. ଏହାକୁ କୌଣସି ସିଟୀଜେନ ସର୍ଭିସ ସେଣ୍ଟର ବା ପେନସନ ଜାରିକର୍ତ୍ତା କାର୍ଯ୍ୟାଳୟକୁ ଯାଇ ଜୀବନ ପ୍ରମାଣ ପତ୍ର ଆପ୍ଲିକେସନକୁ ଡାଉନ ଲୋଡ଼ କରନ୍ତୁ |

୨.ଏହା ପରେ ପେନସନ ଭୋଗୀ ମାନଙ୍କୁ ନିଜ ନାଁ, ଆଧାର ନମ୍ବର, ମୋବାଇଲ ନମ୍ବର, ପିପିଓ ନମ୍ବର, ପେନସନ ଆକାଉଣ୍ଟ ନମ୍ବର ଓ ବ୍ୟାଙ୍କ ଡିଟେଲସ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ । ଆଧାର ଅଥେଣ୍ଟିକେସନ ପୂରଣ ହେବା ପରେ ଆପଣ ଜୀବନ ପ୍ରମାଣ ଆଇଡି ଜରିଆରେ ୱେବସାଇଟକୁ ଯାଇ ସାର୍ଟିଫିକେଟର ପିଡିଏଫ କପି ଡାଉନଲୋଡ଼ କରନ୍ତୁ ।

pension

ପେନସନ ଜାରିକର୍ତ୍ତା ଏଜେନ୍ସି ମାନଙ୍କ ନିକଟରେ ଏହି ସାର୍ଟିଫିକେଟର ଏକ କପି ଉପଲବ୍ଧ ଥିବ । ସୂଚନା ଅନୁଯାୟୀ ୨୦୧୪ ମସିହା ପରେ ୨ .୬ କୋଟି ରୁ ଅଧିକ ପେନସନ ଭୋଗୀ ଡିଜିଟାଲ ଲାଇଫ ସାର୍ଟିଫିକେଟ ଜମା କରିଛନ୍ତି । ଯେବେକି ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଅକ୍ଟୋବର ୧ ତାରିଖକୁ ହିଁ ଫର୍ମ ଜମା କରିବାର ଅବଧି ରଖିଛନ୍ତି । କିନ୍ତୁ ସେମାନଙ୍କ ଶେଷ ତାରିଖକୁ ନଭେମ୍ବର ୩୦ ତାରିଖ ରଖାଯାଇଛି । ଏହା ପରେ ଜୀବନ ପ୍ରମାଣ ପତ୍ର ଜମା କରିବା ପରେ ପେନସନ ପୁଣି ଥରେ ଆରମ୍ଭ କରାଯାଇପାରିବ ।

ଏଥି ସହ ପଢନ୍ତୁ: ଇନକମିଙ୍ଗ କଲ ରିଙ୍ଗ ସମୟ ନେଇ ନୂଆ ନିୟମ ଜାରି କଲା TRAI

ପୂର୍ବରୁ ଥିବା ନିୟମ ଅନୁଯାୟୀ ପ୍ରତିବର୍ଷ ନଭେମ୍ବର ମାସ ୩୦ ତାରିଖ ପୂର୍ବରୁ ୮୦ ବର୍ଷରୁ କମ ବୟସର ପେନସନ ଭୋଗୀ ନିଜ ନିଜ ଜୀବନ ପ୍ରମାଣ ପତ୍ର ଦାଖଲ କରିଥାନ୍ତି । ବିଭିନ୍ନ ଏଜେନ୍ସି ମାନଙ୍କ ନିକଟକୁ ଯାଇ ଦାଖଲ କରିଥାନ୍ତି । ବହୁ ସମୟରେ ଏଥିପାଇଁ ବହୁ ବାଧା ବିଘ୍ନର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏହି କାମ ପାଇଁ ଲମ୍ବା ସମୟ ମଧ୍ୟ ଲାଗିଥାଏ । ଧ୍ୟାନରେ ରଖିବେକି ୮୦ ଵର୍ଷରୁ କମ ବୟସର ଲୋକେ ନଭେମ୍ବର ୧ ରୁ ୩୦ ତାରିଖ ଭିତରେ ନିଜ ନିଜ ଜୀବନ ପ୍ରମାଣ ପତ୍ର ଦାଖଲ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.