ଅକ୍ଷୟଙ୍କ ମନ ଜିତି ନେଇଛନ୍ତି କୃତି, ମିଳିଲା ଏହି ଫିଲ୍ମର ଅଫର

ବଲିଉଡରେ ଖିଲାଡି ଷ୍ଟାରଙ୍କ ସହିତ ସ୍କ୍ରିନ ସେୟାର କରିବା ପାଇଁ ସବୁ ଅଭିନେତ୍ରୀ ଚାହିଁବସିଥାନ୍ତି। ଆଉ ଏହି ଲିଷ୍ଟରେ ଏବେ ଅଭିନେତ୍ରୀ କୃତି ସାନନ ଯୋଡି ହୋଇଯାଇଛି। ପୁଣି ଥରେ ଅକ୍ଷୟ ଓ କୃତି ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି। ଏବେ ପରଦାରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସଫୁଲ-୪’ ବକ୍ସ ଅଫିସ୍ରେ ଧମାକା କରୁଛି। ଖୁବଶୀଘ୍ର ଏହା ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏହି ଫିଲ୍ମରେ ଅକ୍ଷୟ କୁମାର, କୃତି ସାନନ, ରିତେଶ ଦେଶମୁଖ, ବବି ଦେଓ୍ଵଲ, ପୂଜା ହେଗେଡ, କୃତି ଖରବନ୍ଦା ପ୍ରମୁଖ ଭୂମିକାରେ ରହିଛନ୍ତି। ଫିଲ୍ମରେ ଅକ୍ଷୟ ଓ କୃତିଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।

kriti

ସୂଚନା ଅନୁଯାୟୀ, ‘ହାଉସଫୁଲ-୪’ ସେଟରୁ ଅକ୍ଷୟ ଓ କୃତିଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି। ହେଲେ ଅକ୍ଷୟଙ୍କ ମନ ଜିତି ନେଇଛନ୍ତି କୃତି ସାନନ୍। କୃତିଙ୍କ କାମ ଅକ୍ଷୟଙ୍କୁ ବେଶ୍ ଭଲ ଲାଗିଛି। ତା’ ସହିତ କୃତିଙ୍କ ସହିତ ତାଙ୍କର ଅନ୍ ସ୍କ୍ରିନ ଯୋଡ଼ିକୁ ବି ଅକ୍ଷୟ ବହୁତ ପସନ୍ଦ କରିଛନ୍ତି। ସେଥିପାଇଁ ତ ଯେତେବେଳେ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପାଇଁ ଫିମେଲ୍ ଲିଡ୍ ନାୟିକା ପାଇଁ ଅକ୍ଷୟ ସର୍ବପ୍ରଥମେ ନିର୍ଦ୍ଦେଶକଙ୍କୁ କୃତିଙ୍କ ନାଁ କହିଥିଲେ। ବିଶେଷ ସୂତ୍ରରୁ ମିଳିଥିବା  ଏହି ଫିଲ୍ମ ପାଇଁ କୃତିଙ୍କ ନାଁ ଉପରେ ମୋହର ବାଜି ସାରିଛି। ଫିଲ୍ମଟି ଆସନ୍ତା ବର୍ଷ ବଡ଼ଦିନରେ ପରଦାକୁ ଆସିବ।

ଏହାସହ ପଢ଼ନ୍ତୁ ; ମୁମ୍ବାଇର ଡନ୍‌ ସାଜିବେ ହ୍ରିତିକ, ୯ ବର୍ଷ ପରେ ଭନସାଲୀଙ୍କ ସହିତ କରିବେ କାମ

ସୂଚନାଯୋଗ୍ୟ, ‘ବଚ୍ଚନ ପାଣ୍ଡେ’ ହେଉଛି ୨୦୧୪ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ବିରମ’ର ହିନ୍ଦୀ ରିମେକ୍। ଏହି ଫିଲ୍ମରେ ତମନ୍ନା ଭାଟ୍ଟିଆ ଓ ଅଜିତ୍ କୁମାର ଅଭିନୟ କରିଥିଲେ। ‘ବଚ୍ଚନ ପାଣ୍ଡେ’ର ପ୍ରଯୋଜନା ଭାର ସାଜିଦ ନାଦିଆଡ଼ୱାଲା ନେଇଥିବା ବେଳେ ନିର୍ଦ୍ଦେଶନା ଦେବେ ଫରହାଦ୍ ସାମଜୀ।

Leave A Reply

Your email address will not be published.