ନିମାପଡ଼ା ଥାନା ତୁଳସୀପୁର ଠାରେ କେନାଲକୁ ଖସିଲା ସ୍କୁଲ ଭ୍ୟାନ୍, ଦୁର୍ଘଟଣାରେ ୧୭ ଛାତ୍ରଛାତ୍ରୀ ଆହତ

ନିମାପଡ଼ା: ରାସ୍ତା କଡ଼କୁ ଓଲଟିଲା ସ୍କୁଲ ଭ୍ୟାନ। ଦୁର୍ଘଟଣାରେ ଆହତ ହେଲେ ୧୭ ଛାତ୍ରଛାତ୍ରୀ। ପୁରୀ ଜିଲ୍ଲା ନିମାପଡ଼ା ଥାନା ତୁଳସୀପୁର- ଶ୍ରୀକୋଇଲି ରାସ୍ତାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଭ୍ୟାନ ରାସ୍ତାକଡ଼ ନାଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ କେନାଲରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଚାରିଛକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିରେ ଜଣେ ଗୁରୁତର ଛାତ୍ରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭ୍ୟାନଟି ଭାରସାମ୍ୟ ହରାଇ କେନାଲକୁ ଖସିପଡ଼ିଥିବା ଅନୁମାନ କରାଯାଉଛି।

 

Leave A Reply

Your email address will not be published.