ପଥର କିମ୍ବା ଇଟା ନୁହେଁ ଲୁହାରେ ତିଆରି ହେଲା ‘ସ୍ୱପ୍ନର ଘର’, ଏହି ତିନି ମହଲା ଘରେ ରହିଛି ସମସ୍ତ ସୁଖ ସୁବିଧା

ଆପଣମାନେ ତ ପଥର, ଇଟା, ସିମେଣ୍ଟ କିମ୍ବା ଛାଳଛପର ଘର ନିଶ୍ଚିତ ଦେଖିଥିବେ। କିନ୍ତୁ ଲୁହାରେ ତିଆରି ହୋଇଥିବା ତିନି ମହଲା ବିଶିଷ୍ଟ ଘର କେବେ ଦେଖିନଥିବେ। କୌଣସି କଣ୍ଟେନରରେ ତିଆରି ଘର କେବେ ବି ଦେଖିନଥିବେ। ଏପରି ଏକ ଘର ଟେକ୍ସାସର ହ୍ୟୁଷ୍ଟେନ ସହରରେ ଦେଖିବାକୁ ମିଳିଛି। ଏଠିକାର ଜଣେ ବ୍ୟକ୍ତି ନିଜର ସ୍ୱପ୍ନର ଘର ବଡ ବଡ ସିପିଂ କଣ୍ଟେନରରେ ତିଆରି କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ଘରେ ସମସ୍ତ ପ୍ରକାର ସୁବିଧା ମଧ୍ୟ ରହିଛି।

11 con

ଏହି ଘର ମାଲିକଙ୍କ ନାମ ବିଲ ବ୍ରିକ୍ସ। ସେ ହ୍ୟୁଷ୍ଟେନ ସହରର ମେକଗୋବନ ଷ୍ଟ୍ରିଟ୍‌୍‌ରେ ୧୧ଟି ସିପିଂ କଣ୍ଟେନରରେ ତିନି ମହଲା ଘର କରିଛନ୍ତି। ୨,୫୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ଘର ଉପରେ ବର୍ଷା, ପାଣି ପବନ, ନିଆଁ କିଛି ବି ପ୍ରଭାବ ପକାଇବ ନାହିଁ।

ଏହାସହ ପଢ଼ନ୍ତୁ  ; ଆପଣ କେବେ ବୁଲିଯାଇଛନ୍ତି କି ଏଭଳି ଅଦ୍ଭୁତ ମ୍ୟୁଜିୟମ, ଯେଉଁଠି ରହିଛି ଯାଦୁବିଦ୍ୟା ଏବଂ ଗୁଣିଗାରେଡି କରୁଥିବା ଜିନିଷ

ରିପୋର୍ଟ ମୁତାବକ, ୨୦୦୦ ମସିହାରେ ବିଲ୍‌ ଏପରି ଅଦ୍ଭୁତ ଘର ତିଆରି କରିବା ପାଇଁ ଯୋଜନା କରିଥିଲେ। କିନ୍ତୁ ତାଙ୍କ ପାଖରେ ସେପରି କେହି ଡିଜାଇନର ନଥିଲେ। ଅନେକ ବର୍ଷ ଡିଜାଇନର ଖୋଜିବା ପରେ ତାଙ୍କୁ କେହି ମିଳିନଥିଲେ, ତେଣୁ କରି ସେ ନିଜେ ୨୦୧୧ରେ ଘର ତିଆରି କରିବା ଆରମ୍ଭ କରିଥିଲେ।

house

ଏହି ଘରକୁ ତିଆରି କରିବା ପାଇଁ ବିଲ୍‌ ପ୍ରଥମେ ଏକ ଥ୍ରୀ ଡି ସ୍କେଚ ଆଙ୍କିଥିଲେ। ଏହା ପରେ ଏହାର ନିର୍ମାଣ କରିଥିଲେ। ସିପିଂ କଣ୍ଟେନର ଘର ତିଆରି କରିବାରେ ବିଲ୍‌ଙ୍କର ଏକ ଲକ୍ଷ୍ୟ ରହିଥିଲା। ବିଲ୍‌ ଏକ ମଜବୁତ ଘର ନିର୍ମାଣ କରିବାକୁ ଚାହୁଁଥିଲେ, ଯାହା ଦୀର୍ଘ ବର୍ଷ ଧରି ରହିବା ସହ ତା ମଧ୍ୟରେ ସମସ୍ତ ପ୍ରକାର ସୁବିଧା କରିବେ ବୋଲି ଚାହୁଁଥିଲେ। ସେଥିପାଇଁ ଏହି ଘର ତିଆରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.