କୁକୁର ପଛରେ ପଡ଼ିଛି ଚିତା କିନ୍ତୁ ଏଠାରେ ରହସ୍ୟ କିଛି ଅଲଗା, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଅତି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଚିତାବାଘର ଛୁଆ ଗୋଟେ କୁକୁର ପଛରେ ଗୋଡ଼ଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପରେ ଆପଣ ଭାବୁଥିବେ ଯେ ଛୁଆ ଚିତାବାଘଟି କୁକୁର ପଛରେ ଶିକାର ପାଇଁ ଗୋଡ଼ଉଥିବ ନିଶ୍ଚୟ କିନ୍ତୁ ଆପଣ ଭୁଲ ଭାବୁଛନ୍ତି । ଏଠାରେ ଚିତା ଓ କୁକୁର ବହୁତ ଭଲ ବନ୍ଧୁ ଅଟନ୍ତି ଏବଂ ସେମାନେ ଖେଳୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଜଣଙ୍କ ବନ୍ଧୁତାର କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାସହ ପଢନ୍ତୁ ଏହି ସ୍ଥାନରେ ଲୋକମାନେ ମଦ ସହିତ ମିଶାଇ ପିଇଥାନ୍ତି ସାପର ରକ୍ତ ଏବଂ ଖାଇଥାନ୍ତି ସାପର ମାଂସ, ଜାଣନ୍ତୁ କଣ ହୋଇଥାଏ ଫାଇଦା

ଦୁଇଜଣଙ୍କ ସାକ୍ଷାତ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହୋଇଥିଲା । ଏହାପରେ ଦୁଇଜଣ ଭଲବନ୍ଧୁ ପାଲଟି ଯାଇଥିଲେ । ଏହି ଭିଡ଼ିଓଟି ୟୁଏସର ସିନସିନାତି ଚିଡ଼ିଆଖାନାର ଅଟେ ଯେଉଁଠି ଦୁଇଜଣ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତିନିମାସର ହୋଇଥିବା ଏହି ଚିତା ଛୁଆର ନାମ ହେଉଛି କ୍ରିସ ଓ କୁକୁରର ନାମ ରେମଶ ଅଟେ । ସୂଚନା ଅନୁଯାୟୀ କ୍ରିସ ଓ ରେମଶ ଦୁଇଜଣ ଏକାସହ ରହିଥାନ୍ତି ଓ ଏକାସହ ଖେଳିଥାନ୍ତି । ସେମାନଙ୍କ ବନ୍ଧୁତା ଦେଖି ଚିଡ଼ିଆଖାନାର କର୍ମଚାରୀମାନେ ବହୁତ ଖୁସି । ସେମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ଚିଡିଆଖାନାର ଅଫିସିଆଲ ଆକାଉଣ୍ଟରେ ଏହି ଦୁଇଜଣଙ୍କର ଭିଡିଓ ସେୟାର କରାଯାଇ ଥିଲା । ଯେଉଁଥିରେ ଦୁଇଜଣ ଏକା ସହ ଶୋଇବା ଏବଂ ଖୁବ ମସ୍ତି କରୁଥିବା ଦେଖିବାକୁ ମିଳିଛି । ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଛି । ତେବେ ଅନ୍ୟ ଭିଡିଓରେ କୁକୁର ଓ ଚିତା କୋର୍ଟୟାର୍ଡ଼ରେ ଖେଳୁଥିବା ଦେଖିବାକୁ ମିଳିଛି । ଲୋକମାନେ ଏହି ପୋଷ୍ଟ ଉପରେ ଅନେକ କମେଣ୍ଟ ଦେଉଛନ୍ତି । ସତରେ ଖାଦ୍ୟ ଏବଂ ଖାଦକ ମଧ୍ୟରେ ଏପରି ବନ୍ଧୁତା କ୍ଵଚିତ ଦେଖିବାକୁ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.