ବିଗ୍‌ ବି ଅସୁସ୍ଥ, ଅଭିନୟ ଜଗତରୁ ବିରତ ରହିବାକୁ ଡାକ୍ତରଙ୍କ ପରାମର୍ଶ

ବିଗ୍‌ ବି ଅସୁସ୍ଥ । ଏବେ ସେ ସୁଟିଂରୁ ବିରତ ରହିବେ । ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ରେଷ୍ଟ କରିବାକୁ କହିଛନ୍ତି । ତାଙ୍କ ଅଭିନୟ ଯାତ୍ରାରେ ଅସୁସ୍ଥତା କଣ୍ଟା ସାଜିଥିବା କହିଛନ୍ତି ଅମିତାଭ୍‌ ବଚ୍ଚନ । ବାରମ୍ବାର ଦେହ ଖରାପ ହେଉଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡୁଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ସେ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇପାରିନଥିଲେ । ବିଗ୍‌ ବି ହସପିଟାଲରୁ ଏକ ଫଟୋ ସେ ଟୁଇଟ କରିଛନ୍ତି । ଯେଉଁଥିରେ କେବଳ ତାଙ୍କ ପାଦ ଦେଖାଦେଉଛି ।

ଟୁଇଟର ଫଟୋରେ ପାଦରେ ମୋଜା ଓ ପ୍ରିମିୟର ଲିଗ୍‌ ଏବଂ ସାରା ଦିନ, ବୋଲି ଲେଖାଯାଇଛି । ଏଭଳି ଦେଖିବା ପରେ ତାଙ୍କ ପ୍ରଶଂସକ ମାନଙ୍କ ଭିତରେ ଦୁଃଖ ଖେଳି ଯାଇଛି । ଫିଲ୍ମ ଜଗତରେ ୫୦ ବର୍ଷର ଅଭିନୟ । ୭୭ ବର୍ଷ ବୟସରେ ମଧ୍ୟ ସେ ତାଙ୍କର ଦମଦାର ଅଭିନୟ ଜାରି ରଖିଛନ୍ତି । ତେବେ ଏଭଳି ସ୍ୱାସ୍ଥ୍ୟ ସମ୍ପର୍କୀତ ଅପଡେଟ ଆସିବା ପରେ କୌନ ବନେଜା କରୋଡ଼ପତି କାର୍ଯ୍ୟକ୍ରମ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.