ଅବହେଳିତ ଭାବେ ପଡିରହିଛି ଜଗତସିଂହପୁରର ପୀରବାବା ବୁଢନଶାହାଙ୍କ ପୀଠ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଜଗତସିଂହପୁର (କେ ନ୍ୟୁଜ) : ଜଗତସିଂହପୁର ସହରର ମଧ୍ୟଭାଗରେ ହରିହରପୁର ମୌଜାରେ ଅବସ୍ଥିତ ପୀରବାବା ବୁଢନଶାହାଙ୍କ ପୀଠସ୍ଥଳୀ। ଏହି ପୀଠ ପ୍ରାୟତଃ ୧୫୦ ବର୍ଷରୁ ଉର୍ଦ୍ଧ୍ୱ ହେବ ପୂଜାର୍ଚ୍ଚନା ହୋଇଆସୁଛି। ଲୋକେ ବାବାଙ୍କୁ ଯାହା ମାଗିଥାନ୍ତି ତାହା ବାବା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ହିନ୍ଦୁ, ମୁସଲମାନ ସମେସ୍ତ ଏକାଠି ହୋଇ ଏଠାରେ ଭୋଗ କରିଥାନ୍ତି। ପ୍ରତି ଗୁରୁବାର ଦିନ ଜନଗହଳି ଓ ପୂଜାର୍ଚ୍ଚନା ହୋଇଥାଏ।

pir 3

ଯେଉଁ ମାନସିକଧାରୀ ବାବାଙ୍କ ପାଖରେ ଇଟା ବସାଇ ଭୋଗ କରିଥାଏ ସେ ତାର ମାନସିକ ପୂରଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି। ମାନସିକ ପୂରଣ ପରେ ସେ ଆସି ବାବାଙ୍କ ପାଖରେ ଚାଦର ଚଢାଇ, ଇଟା ଓଜନର ଭୋଗ କରିଥାନ୍ତି। ଏହି ପରମ୍ପରା ବହୁତ ପୁରୁଣା। ଏହି ପୀଠକୁ ମୁସଲମାନମାନଙ୍କ ଅପେକ୍ଷା ହିନ୍ଦୁମାନେ ଅଧିକ ଆସିଥାନ୍ତି। ୧୪ ଗୁଣ୍ଠ ଜମି ଉପରେ ନିର୍ମିତ ଏକ ନୂତନ ମନ୍ଦିରକୁ ଭକ୍ତମାନେ ଚାନ୍ଦାଭେଦା କରି ସ୍ଥାପନା କରିଛନ୍ତି।

phir 4

ଏଠାରେ ହିନ୍ଦୁମାନେ ଭୋଗ ବିକୁଥିବା ବେଳେ ମୁସଲମାନ ମାନେ ଚାଦର, ଅତର ଇତ୍ୟାଦି ବିକ୍ରୟ କରିଥାନ୍ତି। ସବୁ ସମ୍ପଦ୍ରାୟର ଲୋକମାନେ ଭକ୍ତିପୂତ ଭାବେ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଏଠାକୁ କୌଣସି ସରକାରୀ ସାହାଯ୍ୟ କିମ୍ବା ଅନୁଦାନ ମିଳିନଥିବାରୁ ପୀଠଟି ଉନ୍ନତି କରିପାରୁନାହିଁ। ଏଥିପ୍ରତି ପ୍ରଶାସନ ବା ସରକାର ଦୃଷ୍ଟି ଦେଲେ ଏହା ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇପାରନ୍ତା ବୋଲି ଲୋକେ ଦାବି କରୁଛନ୍ତି।

ଶୁଭଙ୍କର ଜେନା (କେ ନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.